ରାତି୯ଟାରେ ୯ ମିନିଟ୍‌: ରାଜ୍ୟ ଶକ୍ତି ବିଭାଗ ଜଣାଇଲା ଆଶଙ୍କା

ଭୁବନେଶ୍ଵର, (ଓଟି): ଆଜି ରବିବାର ରାତି ଆଠଟାରେ ଭୁବନେଶ୍ଵର, କଟକ ଓ ଭଦ୍ରକ ସହର ସମେତ ଅନ୍ୟ ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିବା ସମ୍ପୂଣ୍ଣ ଶଟ୍‌ଡାଉନ୍‌ କୋହଳ ହେବ। କିନ୍ତୁ ଲକ୍‌ ଡାଉନ୍‌ ଉଠିବ ନାହିଁ। ଆଉ ରାତି ୯ଟାରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଭାରତର କରୋନା ବିରୋଧୀ ଲଆେଇରେ ସାରା ଦେଶ ଏକାଠି ହେବ। ଘରର ଆଲୁଆ ବନ୍ଦ କରି ଦୀପ, ମହମବତୀ, ଟର୍ଚ, ଫ୍ଲାଶ୍‌ଲାଇଟ୍‌ ବ୍ୟବହାର କରି ଗେଟ୍‌ ବା ବାଲ୍‌କୋନୀରେ ଠିଆ ହେବ ସାରା ଭାରତ। କିଏ ଏହାକୁ ଏକତାର ନମୁନା ବୋଲି ଗ୍ରହଣ କରୁଛି ତ ଆଉ ଏକ ୧୩୦ କୋଟି ଲୋକଙ୍କ ସକରାତ୍ମକ ଭାବନାରେ ଆଧ୍ୟାତ୍ମିକତାକୁ ଖୋଜୁଛି। ପୁଣି କେହି କେହି ଏହି ଘୋଷଣାରେ ଜ୍ୟୋତିଷ ଶାସ୍ତ୍ର ଓ ସଂଖ୍ୟା ଗଣିତକୁ ଉପସ୍ଥାପନ କରି ଏହି ଆଲୁଅ ବନ୍ଦକୁ ସଫଳ କରିବାକୁ ଆହ୍ବାନ ଦେଉଛି ହେଲେ ଆମ ରାଜ୍ୟ ସମେତ ଅନ୍ୟ କେତେକ ରାଜ୍ୟର ଶକ୍ତି ବିଭାଗ ଓ ଶକ୍ତି ଉତ୍ପାଦନ, ବଣ୍ଟନ କମ୍ପାନୀମାନେ ଏଥିରେ ଆପତ୍ତି ଜଣାଇଛନ୍ତି। ଏକସଙ୍ଗେ ସବୁ ଲାଇଟ୍‌ ଓ ପାୱାର ବନ୍ଦ ହୋଇଗଲେ ଦେଶରେ ଶକ୍ତି ବିଭାଗ ଉଜୁଡ଼ିଯିବାର ଆଶଙ୍କା ବ୍ୟକ୍ତ କରିଛନ୍ତି।

ଅବଶ୍ୟ କେନ୍ଦ୍ର ଶକ୍ତି ବିଭାଗ ଏହାକୁ ଖଣ୍ଡନ କରି କହିଛନ୍ତି ଯେ, ଦେଶରେ ସେମିତି କିଛି କ୍ଷତି ହେବ ନାହିଁ। ସବୁ ଜିନିଷକୁ ଆବଶ୍ୟକ ପ୍ରୋଟେକାକଲ୍‌ ଅନୁସାରେ ନିୟନ୍ତ୍ରଣ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନକୁ ରାଜ୍ୟ ସରକାର ବିରୋଧ କରି ନାହାନ୍ତି। କିନ୍ତୁ ରାଜ୍ୟ ଶକ୍ତି ବିଭାଗ ରାଜ୍ୟବାସୀଙ୍କୁ ସତର୍କ ରହିବା ଲାଗି ନିବେଦନ କରିଛି। ଏକବାର୍ତ୍ତାରେ ଶକ୍ତି ବିଭାଗ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଅନୁସାରେ ରାଜ୍ୟ ଶକ୍ତି ବିଭାଗ ସମସ୍ତ ପଦକ୍ଷେପ ନେଉଛି କିନ୍ତୁ ଜନସାଧାରଣ ବି କିଛି କର୍ତ୍ତବ୍ୟ କରନ୍ତୁ। ତେବେ ଆପଣ କ’ଣ କରିବେ ଜାଣି ରଖନ୍ତୁ

  • ପ୍ରଥମେ ଆପଣ ସବୁ ଲାଇଟ୍‌କୁ ଏକାସାଙ୍ଗରେ ବନ୍ଦ କରନ୍ତୁ ନାହିଁ। କି ୯ ମିନିଟ୍‌ ପରେ ଏକ ସଙ୍ଗେ ସବୁ ଅନ୍‌ କରନ୍ତୁ ନାହିଁ। ଗୋଟିଏ ପରେ ଗୋଟିଏ ଲାଇଟ୍‌ ଅଫ୍‌ ଓ ଅନ୍‌ କରନ୍ତୁ।
  • ଘରର କେବଳ ବିଜୁଳି ଆଲୁଅ ଜଳୁଥିବା ସ୍ଵିଚ୍‌ ଅଫ୍‌ କରନ୍ତୁ ପଙ୍ଖା ବା ରେଫଅିଜେରେଟର, ଏସି ବା ଅନ୍ୟ ସରଞ୍ଜାମ ଲାଗିଥିବା ପଏଣ୍ଟକୁ ବାୱାର ସପ୍ଲାଇ ବନ୍ଦ କରନ୍ତୁ ନାହିଁ।
  • ମେନ୍‌ସୁଇଚ୍‌ ବନ୍ଦ କରନ୍ତୁ ନାହିଁ

 

ଏହାଦ୍ଵାରା ହଠାତ୍‌ ଲୋଡ୍‌ କମିବା ବା ବଢ଼ିବାର ଆଶଙ୍କା ରହିଛି। ଏଣୁ ରାଜ୍ୟ ଓ ଦେଶରେ ବିଜୁଳି ବିଭ୍ରାଟ ହୋଇପାରେ। ଏଥିଲାଗି ଯଦିଓ ଶକ୍ତି କମ୍ପାନୀମାନେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି କିନ୍ତୁ ସେଥିରେ ଜନସାଧାରଣଙ୍କ ସହଯୋଗ ଅତି ଆବଶ୍ୟକ ବୋଲି ଶକ୍ତି ବିଭାଗ ନିବେଦନ କରିଛି।

Leave a Reply

Your email address will not be published. Required fields are marked *