ଗ୍ରାମି ଆୱାର୍ଡ଼ ୨୦୨୦, ୮ଟି ଶ୍ରେଣୀରେ ନୋମିନି ଅଛନ୍ତି ଲିଜୋ
ଆଗାମୀ ବର୍ଷ ଜାନୁୟାରୀ ୨୭ ତାରିଖରେ ଲସଆଞ୍ଜେଲସ୍ ଠାରେ ୬୨ ତମ ଗ୍ରାମି ଆୱାର୍ଡ଼ର ଶୁଭାରମ୍ଭ ହେବ । ସଙ୍ଗୀତ ଜଗତର ସବୁଠାରୁ ଶ୍ରେଷ୍ଠ ଏହି ଆୱାର୍ଡ଼ ଉତ୍ସବରେ ୮୪ଟି ଶ୍ରେଶୀ ବିଭାଗ ହୋଇଛି । ଏହାର ଫାଇନାଲ୍ ନୋମିନି ତାଲିକା ନିକଟରେ ପ୍ରକାଶ ପାଇଥିଲା । ଏହି ତାଲିକାରେ ଆମେରିକାନ୍ ପପ୍ ଗାୟିକା ଲିଜୋ ୮ଟି ଶ୍ରେଣୀରେ ସାମିଲ୍ ହୋଇଥିବାବେଳେ ବିଲି ଏଲିସ୍ ଓ ଲିଲ୍ ନେସ୍ ଏକ୍ସଙ୍କୁ ୬ଟି ଶ୍ରେଣୀରେ ନାମାଙ୍କନ ମିଳିଛି । ଲେଡି ଗାଗାଙ୍କୁ ୩ଟି ଏବଂ ଏରିଆନା ଓ ଏଚଇଆରଙ୍କ ନାଁ ୫ ଶ୍ରେଣୀ ପାଇଁ ନାମାଙ୍କନ କରାଯାଇଛି ।
ଏହା ସହିତ ବିଭିନ୍ନ ତାଲିକା ପାଇଁ ଜୋନ୍ସ ବ୍ରଦର୍ସ, ଟେଲର୍ ସ୍ୱିଫ୍ଟ, ସନ୍ ମ୍ୟାଣ୍ଡସ୍, କେମିଲା କବେଲୋ, ବିୟୋନ୍ସସେ, ଓ ଏଡ୍ ସିରନଙ୍କୁ ନାମାଙ୍କନ କରାଯାଇଛି । ଅନେକବର୍ଷ ପରେ ଗ୍ରାମି ଆୱାର୍ଡ଼ ପୁଣିଥରେ ଜାନୁୟାରୀ ମାସରେ ହେବ । ଓସ୍କାର ଆୱାର୍ଡ଼ ପାଇଁ ଏଥର ଗ୍ରାମି ଆୱାର୍ଡ଼ର ତାରିଖରେ ପରିବର୍ତ୍ତନ କରାଯାଇଛି । ଏଥର ଗ୍ରାମି ଆୱାର୍ଡ଼ରେ ଅନେକ କିଛି ନୂଆ ଶ୍ରେଣୀ ସାମିଲ୍ କରାଯାଇଛି । ପପ୍ ଓ ରକ୍ ସଙ୍ଗୀତ ପାଇଁ ସ୍ପେଶାଲ୍ ସ୍କ୍ରୀନିଙ୍ଗ୍ କମିଟି ଗଠନ କରାଯାଇଛି । ବେଷ୍ଟ୍ ଚିଲଡ୍ରେନ୍ ଆଲବମ୍ ଶ୍ରେଣୀ ପରିବର୍ତ୍ତେ ବେଷ୍ଟ୍ ସ୍ପୋକନ୍ ୱାର୍ଡ଼ ଆଲବମ୍ ଶ୍ରେଣୀ କରାଯାଇଛି । ଏହି ଆୱାର୍ଡ଼ ଶୋ’ର ଉଦଘାଟନୀ ଉତ୍ସବ ପାଇଁ ସଙ୍ଗୀତ ତାରକାଙ୍କ ସହିତ ସଙ୍ଗୀତପ୍ରେମୀଙ୍କ ଉତ୍କଣ୍ଠା ଦିନକୁ ଦିନ ବଢ଼ିଚାଲିଛି ।