କେଉଁ ଗ୍ରହ ପାଇଁ କେଉଁ ରତ୍ନ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ଜାତକରେ ଗ୍ରହମାନଙ୍କ ସ୍ଥିତି ଅନୁଯାୟୀ ଜୀବନରେ ଶୁଭ ଓ ଅଶୁଭ ଫଳ ମିଳିଥାଏ। ଗ୍ରହମାନଙ୍କର ସ୍ଥିତି ନୀଚ ସ୍ଥାନରେ ରହିଥିଲେ ଅନେକ ସମସ୍ୟା ଓ ବାଧାବିଘ୍ନ ଓ ବିଫଳତାର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ଗ୍ରହର ସ୍ଥିତି ଉଚ୍ଚରେ ରହିଲେ ସବୁକ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ । ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ବ୍ୟକ୍ତିକୁ ଗ୍ରହଦୋଷ ଭୋଗିବାକୁ ପଡ଼ିଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ବିଷାରଦଙ୍କ ପାଖକୁ ଯାଇଥାନ୍ତି ଏବଂ ସେମାନଙ୍କର ପରାମର୍ଶ କ୍ରମେ ବିଭିନ୍ନ ଉପାୟ ଆପଣାଇଥାନ୍ତି ।
ଗ୍ରହଦୋଷ ଦୂର କରିବା ପାଇଁ ମୁଖ୍ୟତଃ ବିଭିନ୍ନ ପ୍ରକାର ରତ୍ନଖଚିତ ମୁଦି ପିନ୍ଧିବା ପାଇଁ ଉପଦେଶ ପ୍ରଦାନ କରାଯାଇଥାଏ । ତେବେ କେଉଁ ଗ୍ରହଦୋଷ ଦୂର କରିବା ପାଇଁ କେଉଁ ରତ୍ନ ପିନ୍ଧିବା ଉଚିତ୍ ଆସନ୍ତୁ ଜାଣିବା । ଜ୍ୟୋତିଷଜ୍ଞମାନଙ୍କ ଅନୁଯାୟୀ ମୁଖ୍ୟତଃ ୯ ପ୍ରକାର ରତ୍ନ ଧାରଣ କରାଯାଏ । ସୂର୍ଯ୍ୟଗ୍ରହଙ୍କ ପାଇଁ ମାଣିକ୍ୟ, ଚନ୍ଦ୍ରଗ୍ରହ ପାଇଁ ମୋତି, ମଙ୍ଗଳଗ୍ରହ ପାଇଁ ମୁଙ୍ଗା, ବୁଧଗ୍ରହ ପାଇଁ ପନ୍ନା, ଗୁରୁଗ୍ରହ ପାଇଁ ପୋଖରାଜ୍, ଶୁକ୍ରଗ୍ରହ ପାଇଁ ହିରା, ଶନିଗ୍ରହ ପାଇଁ ନୀଲମ୍, ରାହୁ ପାଇଁ ଗୋମେଦ ଓ କେତୁ ପାଇଁ ଲହସୁଣିଆ ।