ଏଣିକି ଘରୋଇ କମ୍ପାନୀକୁ ମିଳିବ କୋଇଲା ଖଣି ଓ ପ୍ରୋତ୍ସାହନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ କୋଇଲା ଖଣି ଏଣିକି ଘରୋଇ ଉଦ୍ୟାଗ ଦ୍ଵାରା ଖନନ ହେବ। ଖାଲି ସେତିକି ନୁହେଁ ଯେଉଁ କମ୍ପାନୀ ସମୟ ଅନୁସାରେ ଅଧିକ ଖନନ କରିବେ ତାଙ୍କୁ ସରକାର ପ୍ରୋତ୍ସାହନ କରିବେ। ଏହାସଦ୍ଵାରା କୋଇଲା ଖନନ  ଉପରେ ସରକାରଙ୍କ ଯେଉଁ ଏକଚାଟିଆ ଅଧିକାର ରହିଛି ତାହା ଦୂର ହେବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ଏଣୁ ସରକାର ନୀତିଗତ ପରିବର୍ତ୍ତନ ଲାଗି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଘେଶଷଣା କରାଯାଇଥିବା ଆତ୍ମ ନିର୍ଭରଶୀଳ ଭାରତ ପ୍ରକଳ୍ପର ଚତୁର୍ଥ ପର୍ଯ୍ୟାୟ ଘୋଷଣା ସମୟରେ ସୀତାରମଣ କହିଛନ୍ତି, ‘ବିଶ୍ଵର ତିନି ବୃହତ କୋଇଲା ଭଣ୍ଡାର ଭିତରେ ଭାରତ ଆସୁଛି। କିନ୍ତୁ ଏହାକୁ  ଭାରତ ସେତିକି ଉପଯୋଗ କରିପାରି ନାହିଁ। ଏବେ ସରକାର କୋଇଲା କ୍ଷେତ୍ର ବିକାଶ ପାଇଁ ଗୁରୁତ୍ଵ ଦେଇଛନ୍ତି। ସେଥିଲାଗି ଘରୋଇ କମ୍ପାନୀଙ୍କଚୁ ସୁଯୋଗ ଦିଆଯିବ। ନିଲାମ ପାଇଁ ଖୋଲା ବଜାର ବ୍ୟବସ୍ଥା ଘୋଷଣା କରାଯାଇଛି।

ସରକାର କୋଲ୍‌ ଇଣ୍ଡିଆ ପ୍ରାଧୀକରଣ ଅଧୀନରେ ଥିବା ଖଣି ଖନନ ପାଇଁ ଘରୋଇ କମ୍ପାନୀକୁ ନିୟୋଜିତ କରିବେ। ଏହା ସହ ୫୦ଟି ନୂଆ କୋଲ୍‌ ବ୍ଲକ୍‌ ମଧ୍ୟ ଘୋଷଣା କରିବେ।   ଯେଉଁ ଘରୋଇ କମ୍ପାନୀ ଏହାକୁ କିଣିବାକୁ ଚାହିବେ ସେମାନଙ୍କୁ ଆଗୁଆ ଅର୍ଥ ପଇଠ କରିବାକୁ ହେବ। ପୁଣି ଯେଉଁ କମ୍ପାନୀ ସ୍ଥିରୀକୃତ ସମୟରେ ଧାର୍ଯ୍ୟ ପରିମାଣକୁ ଖନନ କରିବେ ତାଙ୍କ ପାଇଁ ସରକାର ପ୍ରୋତ୍ସାହନ ଘେଶଷଣା କରିଛନ୍ତି।

ପ୍ରାୟ ୫୦ରୁ ଅଧିକ ନୂଆ କୋଇଲା ବ୍ଲକ୍‌ ଖନନ ପାଇଁ ବ୍ୟବସ୍ଥା ହେବ। ସିଧାସଳଖ ଅର୍ଥ ଦେଇ ଏହାକୁ କିଣି ହେବ। କେବଳ ସରକାରଙ୍କ ଏକଚାଟିଆ ପ୍ରଭାବକୁ କୋଇଲା କ୍ଷେତ୍ରରେ ସାବ୍ୟସ୍ତ ନକରି ଏହାକୁ ଘରୋଇ କ୍ଷେତ୍ର ପାଇଁ ଖୋଲାଯିବ। ଅଧିକ ଘରୋଇ କ୍ଷେତ୍ର ପ୍ରବେଶ ଦ୍ଵାରା ଖନନ ଅଧିକ ହେବ ବୋଲି କୁହାଯାଇଛି। ଯେଉଁ ସଂସ୍ଥା ଅଧିକ ଏବଂ ସମୟ ଭିତ୍ତିକ ଖନନ କରିବେ ସେମାନଙ୍କୁ ପ୍ରୋତ୍ସାହନ ଦିଆଯିବ।

କୋଇଲାରୁ ଗ୍ୟାସ୍‌ ଉତ୍ପାଦନ ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ ହେବ।

କେଲ୍‌ ଇଣ୍ଡିଆ ଲିମିଟେଡ୍‌ର ଖାଦାନ ପାଇଁ ଖାଦାନ ବି ଘରୋଇ ଉଦେୃାଗକୁ ଦିଆଯିବାକୁ ସରକାରେ ବ୍ୟବସ୍ଥା କରୁଛନ୍ତି।

Leave a Reply

Your email address will not be published.