ବଦଳି ଡାକ୍ତରଙ୍କୁ ସରକାରଙ୍କ ଧମକ: ୨୦ ସୁଦ୍ଧା ଉଦ୍ଦିଷ୍ଟ ସ୍ଥାନକୁ ଯାଅ ନହେଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ଵର, (ଓଟି): ପଦୋନ୍ନତି ପାଇ ମଧ୍ୟ ନୂଆ ପଦବୀକୁ ଗ୍ରହଣ କରିବାକୁ କିଛି ଡାକ୍ତର ଅମଙ୍ଗ ହେଉଛନ୍ତି। ଜୁନିୟର ବ୍ରାଞ୍ଚ ଗ୍ରେଡ୍ ଏ’ ଠୁ ଆରମ୍ଭ କରି ସହକାରୀ ନିର୍ଦେଶକ ପାହ୍ୟା ଯାଏ ଏହି ଅବସ୍ଥା ସୃଷ୍ଟି ହୋଇଛି। ଫଳରେ ରାଜ୍ୟର ସ୍ଵାସ୍ଥ୍ୟସେବାରେ ଅଚଳାବସ୍ଥା ଆଶଙ୍କା କରାଯାଉଛି। ଏଣୁ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବେଏହିଭଳି ଡାକ୍ତରଙ୍କ ଉପରେ ନଜର ରଖିବା ଆରମ୍ଭ କରିଛି। ବୁଧବାରଦିନ ଏଥିନେଇ ସମ୍ପୃକ୍ତ ଡାକ୍ତରମାନଙ୍କୁ ଧମକପୂଣ୍ଣ ଚିଠି ବି ଲେଖିଛନ୍ତି ବିଭାଗୀୟ ଅତିରିକ୍ତ ସଚିବ।
ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ‘ଓଏମ୍ଏଚ୍ଏସ୍ କ୍ୟାଡରଭୁକ୍ତ ଡାକ୍ତରମାନଙ୍କ ଭିତରୁ କିଛି ଡାକ୍ତର,
ଜୁନିୟର ବ୍ରାଞ୍ଚ ଗ୍ରେଡ୍ ଏ’ ଠୁ ଆରମ୍ଭ କରି ସହକାରୀ ନିର୍ଦେଶକ ପାହ୍ୟା ଯାଏ ବଦଳି ଆଦେଶକୁ ପାଳନ କରିନାହାନ୍ତି। ଏପରିକି ପଦୋନ୍ନତି ପାଇ ନଥିବା ଡାକ୍ତରମାନେ ମଧ୍ୟ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବଦଳି ଆଦେଶକୁ ପାଳନ କରିନାହାନ୍ତି। ଏହା ନବିଭାଗର ଦୃଷ୍ଟିଗୋଚର ହୋଇଛି। ଏଣୁ ଏହି ଅଧିକାରୀମାନଙ୍କୁ ତୁରନ୍ତ ଆଦେଶ ମୁତାବକ ସେମାନଙ୍କ ସ୍ଥାନକୁ ଯିବା ପାଇଁ ନିର୍ଦେଶ ଦିୖାଯୋଉଛି। ୨୦ ଫେବୃୟାରୀ ସୁଦ୍ଧା ଯଦି ସେମାନେ ନିଜ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଯୋଗ ନଦିଅନ୍ତି ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ’।

ଏହି ଆଦେଶରେ ସିଡିଏମ୍ଓ ତଥା ସିଏମ୍ଓମାନଙ୍କୁ ମଧ୍ୟ ଆବଶ୍ୟକ ତାଗିଦ୍ କରାଯାଇଛି। ଯେମିତି ବଦଳି ହୋଇଥିବା ଡାକ୍ତରମାନେ ତୁରନ୍ତ ସେମାନଙ୍କ ସ୍ଥାନରେ ପହଞ୍ଚିପାରିବେ ତାହାକୁ ଦୃଷ୍ଟିରେ ରଖି ତୁରନ୍ତ ରିଲିଭ୍ କରିବାକୁ ନିର୍ଦେଶ ଦିଆଯାଇଛି।
ଏପରି ଅଚଳାବସ୍ଥା ସୃଷ୍ଟିର ମୁଖ୍ୟ କାରଣ ହେଉଛି ଡାକ୍ତରମାନଙ୍କ ବିଭିନ୍ନ ଜାଗା ପ୍ରତି ଥିବା ସ୍ଵତନ୍ତ୍ର ମୋହ। ନିଦ୍ଦିର୍ର୍ଷ୍ଟ ଜାଗା ଛାଡ଼ିଲେ ଅନ୍ୟ ସ୍ଥାନରେ ସେମାନଙ୍କ ବ୍ୟବସାୟରେ ହାନୀ ଘଟିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏଣୁ କଳେ ବଳେ କୌଶଳେ ସେମାନଙ୍କ ମଧ୍ୟରୁ କିଛି ଡାକ୍ତର ବଦଳି ଆଦେଶକୁ ବାତିଲ କରିବା ପାଇଁ ମଧ୍ୟ ବିଭିନ୍ନ ସ୍ତରରେ ଲବି କରୁଥିବା ବିଭାଗର ହସ୍ତଗତ ହୋଇଥିବା ଜଣାପଡ଼ିଛି।