ମାର୍ଚ୍ଚ ସୁଦ୍ଧା ସରକାରୀ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ସାରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ନିର୍ବାଚନକୁ ଆଖି ଆଗରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଦେଶର ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ନିର୍ବାଚନ ଅଧିକାରୀମାନଙ୍କ ନିକଟକୁ ଏକ ନିର୍ଦ୍ଦେଶନାମା ପଠାଯାଇଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ପଠା ଯାଇଥିବା ନିର୍ଦ୍ଦେଶନାମାରେ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରୀ କମିଚାରୀମାନଙ୍କର ବଦଳି ଓ ନିଯୁକ୍ତି କାର୍ଯ୍ୟକୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ନିର୍ବାଚନ କମିଶନଙ୍କ ଏହି ନିର୍ଦ୍ଦେଶନାମା ପରିପ୍ରେକ୍ଷୀରେ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଏପରି ଆକଳନ କରାଯାଉଛି।

ଏପ୍ରିଲ- ମେରେ ହେଇପାରେ ୨୦୧୯ ସାଧାରଣ ନିର୍ବାଚନ

୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆସନ୍ତା ମାର୍ଚ୍ଚ ମାସରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆସନ୍ତା ଏପ୍ରିଲ- ମେ ମାସରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇପାରେ।

୨୦୧୯ ସାଧାରଣ ନିର୍ବାଚନ ସହ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକିମ୍ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ଏକକାଳୀନ ଆୟୋଜିତ ହୋଇପାରେ। କାରଣ, ଏହି ସମସ୍ତ ରାଜ୍ୟର ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହେଉଛି। ସେହିପରି ବର୍ତ୍ତମାନ ଚାଲିଥିବା ଲୋକସଭାର କାର୍ଯ୍ୟକାଳ ଜୁନ୍୩ ତାରିଖରେ ଶେଷ ହୋଇଛି।

Leave a Reply

Your email address will not be published.