ଘରୋଇ ସ୍କୁଲ୍କୁ ପୁଣି ନୋଟିସ୍: ସବୁ ସ୍କୁଲ୍ କାର୍ଯ୍ୟକ୍ରମ ତୁରନ୍ତ ବନ୍ଦ କର
ଭୁବନେଶ୍ଵର, (ଓଟି): ଅମାନିଆ ହେଉଛନ୍ତି ଘରୋଇ ସ୍କୁଲ୍। କରୋନା ମୁକାବିଲା ପାଇ ରାଜ୍ୟ ସରକାର ଏତେ ପରିମାଣର ସତର୍କତା ଜାରି କରୁଛନ୍ତି, ଲୋକଙ୍କୁ ଯଥାସମ୍ଭବ ଘରେ ରହିବାକୁ ପ୍ରବର୍ତ୍ତାଉଛନ୍ତି କିନ୍ତୁ ଘରୋଇ ସ୍କୁଲ୍ଗୁଡ଼ିକ ଏହାକୁ ବିଭିନ୍ନ ବାହାନାରେ ଫୁ’ କରି ଚାଲୁଛନ୍ତି। ଏହାକୁ ଆଖିରେ ରଖି ରାଜ୍ୟ ସରକାର ପୁଣିଥରେ ଘରୋଇ ସ୍କୁଲ୍ଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି। ସରକାର କହିଛନ୍ତି ଯେ, ସବୁ ଘରୋଇ ସ୍କୁଲ୍କୁ ସମ୍ପୂଣ୍ଣ ବନ୍ଦ ରଖିବାକୁ ପଡ଼ିବ। ସବୁ ପ୍ରକାରର ଶ୍ରେଣୀକୁ ବାତିଲ କରିବାକୁ ହେବ। ଯଦି ଯେମିତି ଜରୁରୀ ସ୍ଥିତି ରହୁଛି ତେବେ ପ୍ରଧାନଶିକ୍ଷକଙ୍କ ଅନୁମତିରେ ଜରୁରୀ ଶିକ୍ଷକ ବା ଷ୍ଟାଫ୍ଙ୍କୁ ଆସିବା ଅନୁମତି ରହିଛି।