କରୋନା ମୁକାବିଲା: +୨ ପରୀକ୍ଷା, ମ୍ୟାଟ୍ରିକ୍ ଖାତା ଦେଖା ସ୍ଥଗିତ
ଭୁବନେଶ୍ଵର, (ଓଟି): ମହାମାରୀ କରୋନା ସହ ମୁକାବିଲା ଲାଗି ରାଜ୍ୟ ସରକାର ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ନିର୍ଦେଶନାମା ଅନୁସାରେ ଲୋକଙ୍କୁ ଯଥାସମ୍ଭବ ପୃଥକୀକରଣ ରହିବା ଲାଗି ପ୍ରବର୍ତ୍ତାଉଛନ୍ତି। ସାମାଜିକ ଦୂରତ୍ଵ ବଜାୟ ରଖିବା, ନିଜକୁ ସଫାସୁତୁରା ରଖିବା ସହ ଅତ୍ୟାବଶ୍ୟକ କାମ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଘରୁ ବାହାରକୁ ନବାହାରିବାକୁ କହୁଛନ୍ତି। ଏହିକ୍ରମରେ ଦିନକୁ ଦିନ ନୂୖା ନୀତି ଘେଶଷଣା କରାଯାଉଛି।
ଆଜି ସରକାର ଯୁକ୍ତ ଦୁଇ କାଉନ୍ସିଲ୍ ଦ୍ଵାରା ପରିଚାଳିତ ବୋର୍ଡ଼ ପରୀକ୍ଷାକୁ ସ୍ଥଗିତ କରିବାକୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖରୁ ଏହି ନିର୍ଦେଶନାମା କାର୍ଯ୍ୟକାରୀ ହେବ। ଓଡ଼ିଶା ସରକାରଙ୍କ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ସେହିପରି ମ୍ୟାଟଅିକ୍ ଖାତାଦେଖାକୁ ମଧ୍ୟ ସରକାର ସ୍ଥଗିତ କରିଛନ୍ତି। ୨୦ ତାରିଖରୁ କୌଣସି ଖାତାଦେଖା ହେବ ନାହିଁ। ଏଥିଲାଗି ପରବର୍ତ୍ତୀ ଆଦେଶକୁ ଅପେକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।