ରବିବାର ବି ଖୋଲା ରହିବ ସରକାରୀ ଅଫିସ
ଭୁବନେଶ୍ଵର, (ଓଟି): ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ ରେ ପୁନରୁଦ୍ଧାର ଓ ପୁନଃଥଇଥାନ କାର୍ଯ୍ୟକୁ ଆଖିରେ ରଖି ସରକାରୀ ଅଫିସଗୁଡ଼ିକୁ ଖେଶଲଶ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହି କ୍ରମରେ ଆସନ୍ତା କାଲି ଦ୍ଵିତୀୟ ଶନିବାର ଏବଂ ରବିବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କୁ ସହା୍ରକ ହେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମିଳିଥିବା ସୂଚନା ଅନୁସାରେ ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ଏହି ଜିଲ୍ଲାଗୁଡ଼ିକରେ ବ୍ୟାଙ୍କ୍ଗୁଡ଼ିକର କାର୍ଯ୍ୟ ସୀମା ଅପରାହ୍ଣ ୪ରୁ ୬ଟା ଯାଏ ବୃଦ୍ଧି କରିବାକୁ ରିଜର୍ଭ ବ୍ୟାଙ୍କ୍ଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଆଦେଶ ଦେଇଥିଲା।