ବାବୁଙ୍କ ପାଇଁ ନୂଆ ନିୟମ: ଏଣିକି ଜିଲ୍ଲାରେ ୪ ଦିନ
ଭୁବନେଶ୍ଵର, (ଓଟି): ବାବୁଙ୍କ ଜିଲ୍ଲାଗସ୍ତରେ ନୂଆ ନିୟମ ଜାରି କରିଛନ୍ତି ରାଜ୍ୟ ସରକାର। ଉନ୍ନୟନ କମିଶନରଙ୍କ ନିର୍ଦେଶ ଅନୁସାରେ ଏଣିକି ବାବୁମାନଙ୍କ ଲାଗି ସର୍କିଟ୍ ହାସ୍ ବି ବିଭିନ୍ନ ସରକାରୀ ଡାକବଙ୍ଗଳାରେ ଖାଦ୍ୟପେୟ ବ୍ୟବସ୍ଥା ରହିବ ନାହିଁ। ବାବୁମାନେ ସ୍କୁଲ୍ର ମଧ୍ୟାହ୍ନ ଭୋଜନ ଖାଇବେ ନହେଲେ ଆହାର କେନ୍ଦ୍ରରେ ଭୋଜନ କରିବେ। ଖାଲି ସେତିକି ନୁହେଁ ବାବୁଙ୍କ ଜିଲ୍ଲାଗସ୍ତ ମାସର ପ୍ରଥମ ସପ୍ତାହରେ ହେବ। ଏହା କୌଣସି ଗୋଟିଏ ଦିନରେ ସୀମିତ ନରହି ଅତିକମ୍ରେ ତିନି ଦିନ ହେବ। ଏକାଧିକ ବ୍ଲକ୍କୁ ସେ ଏହି ସମୟରେ ଗସ୍ତ କରି ଆବଶ୍ୟକ ଅନୁଧ୍ୟାନ କରିବେ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ସଚିବଙ୍କ ଜିଲ୍ଲାଗସ୍ତ ବେଳେ ମଧ୍ୟାହ୍ନ ଭୋଜନ ଓ ଆହାର କେନ୍ଦ୍ରରେ ଖାଇବା ସଂପର୍କରେ ନିର୍ଦେଶ ଦେଇଥିଲେ।