୬ରେ ନିଯୁକ୍ତି ମେଳା
ଭୁବନେଶ୍ଵର, (ଓଟି): ଆସନ୍ତା ୬ ତାରିଖରେ ଓଡ଼ିଶା ସରକାର ଆୟୋଜନ କରିବାକୁ ଯାଉଛନ୍ତି ଏକ ନିଯୁକ୍ତି ମେଳା। ସରକାରଙ୍କ ନିୟୋଜନ କାର୍ଯ୍ୟାଳୟ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକାରଣ ଏବଂ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଦକ୍ଷତା ବିକାଶ ପ୍ରାଧୀକାରଣ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ଖଣ୍ଡଗିରିସ୍ଥିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରଠାରେ ଏହି ନିଯୁକ୍ତିମେଳା ଅନୁଷ୍ଠିତ ହେବ। ଏଥିରେ ଉଭୟ ଭିନ୍ନକ୍ଷମ ଓ ସାଧାରଣ ବେକାରଙ୍କ ପାଇଁ କର୍ମ ସଂସ୍ଥାନ ପସରା ପଡ଼ିବ ବୋଲି ସୂସନା ଦିଆଯାଇଛି।