#କୋଭିଡ୍-୧୯: ବିଦ୍ୟୁତ୍‌ ଯୋଗାଣ ସଂସ୍ଥା ପାଇଁ ପ୍ୟାକେଜ୍

ନୂଆଦିଲ୍ଲୀ (ଓଟି): କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଦେଶରେ ଜାରି ରହିଛି ୨୧ ଦିନିଆ ଲକ୍‌ଡାଉନ୍। ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ କମ୍ପାନୀମାନଙ୍କ ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର। ଏଣିକି ୨୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଇବା ସହ ବିଲ୍ ବିଳମ୍ବ ହେଲେ କୌଣସି ଚାର୍ଜ ଆଦାୟ ହେବ ନାହିଁ। ସରକାରୀ ବିବୃତିରେ କୁହାଯାଇଛି ଯେ, ବିଦ୍ୟୁତ୍ ଉପଭୋକ୍ତାମାନେ ଆଗାମୀ ୩ ମାସ ପର୍ଯ୍ୟନ୍ତ ବିଲ୍ ପୈଠ କରିପାରିବେ ନାହିଁ। ତେଣୁ କମ୍ପାନୀଗୁଡିକରେ ଯେପରି ନଗଦ ଅଭାବ ନରୁହେ, ସେଥିପାଇଁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରିଲିଫ୍ ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ ଲକ୍‌ଡାଉନ୍ ଫଳରେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ବିଭିନ୍ନ କମ୍ପାନୀ ବିପୁଳ କ୍ଷତି ସହୁଛନ୍ତି। ସେଥିପାଇଁ ସରକାର ପ୍ରଥମ ୩ ଦିନରେ ଅନେକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମାଗଣା ରାସନଠାରୁ ଆରମ୍ଭ କରି ଘର ଲୋନ୍, କ୍ରେଡିଟ୍ କାର୍ଡ, ଇଏମଆଇ ଭରିବାରେ ରିହାତି ଆଦି ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *