‘ଡିଜାଇନ୍ ପର୍ସନ୍ ଅଫ୍ ଦ ଇୟର୍’: ଗୌରୀ ଖାନ୍
ପ୍ରଶଂସକ ମହଲରେ ବଲିଉଡ୍ କିଙ୍ଗ୍ ବୋଲାଉଥିବା ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍ ‘ଡିଜାଇନ୍ ପର୍ସନ୍ ଅଫ୍ ଦ ଇୟର୍’ଆୱାର୍ଡ଼ରେ ସମ୍ମାନିତ ହୋଇଛନ୍ତି । ବିଡବ୍ଲ୍ୟୁ ଫ୍ୟୁଚର୍ ଅଫ୍ ଡଜାଇନ୍ ଆଣ୍ଡ୍ ସମିଟ୍ ଆୱାର୍ଡ଼’ ପକ୍ଷରୁ ଗୌରୀଙ୍କୁ ଏଡି ସମ୍ମାନରେ ସମ୍ମାନିତ କରାଯାଇଥିଲା । ନିକଟରେ ମିଡିଆ ସାକ୍ଷାତକାରରେ ଏ ସମ୍ପର୍କିତ ଖୁସି ଜାହିର୍ କରିବା ସହିତ ଗୌରୀ କହିଥିଲେ ଯେ ‘ମୁଁ ସବୁବେଳେ ଡିଜାଇନ୍ସର କ୍ଲାଇର୍ଟ ରହିଆସିଛି । ଫ୍ୟାଶନ୍ ଦୁନିଆରେ ପ୍ରଥମ ପାଦ ଦେବା ପରେ ଯେତେବେଳେ ମୁଁ ସଫଳ ହୋଇଥିଲି ଏବଂ ମୋର କମ୍ପାନୀ ଆରମ୍ଭ କରିବାକୁ ଚାହିଁଲି, ସେତେବେଳେ ଶାହରୁଖ୍ ମୋତେ ପଚାରିଥିଲେ ଯେ ମୁଁ ଏହାକୁ ଆଗକୁ ନେବାରେ କନଫର୍ମ କି ନୁହେଁ । ମୁଁ ତା’ର ଉତ୍ତରରେ କହିଥିଲି ଯେ ମୁଁ ଛୋଟ ବିଜନେସରେ ବିଶ୍ୱାସ କରେ । ମୋର ଡିଜାଇନ୍ସ ପାଇଁ ଭଲ ପ୍ରତିକ୍ରିୟା ମିଳିବା ପରେ ହିଁ ମୁଁ ଡିଜାଇନ୍ସ ଷ୍ଟୁଡିଓର ଶୁଭାରମ୍ଭ କରିଥିଲି’ ।
କହିରଖୁଛୁ ଶାହରୁଖଙ୍କ ବ୍ଲକବଷ୍ଟର୍ ଫିଲ୍ମ ‘ବାଜିଗର୍’ର ଜିନ୍ସ ଷ୍ଟାଇଲ୍ ମଧ୍ୟ ଗୌରୀ ଖାନ୍ ଡିଜାଇନ୍ କରିଥିଲେ । ସେ ପ୍ରଥମେ ‘ବାଜିଗର୍’ ମାଧ୍ୟମରେ ବଲିଉଡର ଫ୍ୟାଶନ୍ ଦୁନିଆରେ ପାଦ ରଖି ସଫଳ ହୋଇଥିଲେ । ସଫଳ ଫ୍ୟାଶନ୍ ଡିଜାଇନର୍ ସହିତ ଗୌରୀ ଜଣେ ଦକ୍ଷ ଇଣ୍ଟରିୟର୍ ଡିଜାଇନର୍ ଭାବେ ମଧ୍ୟ ନାଁ କମାଇଛନ୍ତି ।