କରୋନା ମୁକାବିଲା: ଗୋଦରେଜ୍ ଗ୍ରୁପ୍ ପକ୍ଷରୁ ୫୦ କୋଟି ଟଙ୍କାର ପାଣ୍ଠି
ଭୁବନେଶ୍ୱର,(ଓଟି): କରୋନା ବିଶ୍ୱ ମହାମାରୀ ମୁକାବିଲା ପାଇଁ ଗୋଦରେଜ୍ ଗ୍ରୁପ୍ ପକ୍ଷରୁ ୫୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯାଇଛି । ଏହି ପାଣ୍ଠିର ଅର୍ଥକୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ବିନିଯୋଗ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ମେଡିକାଲ୍ ଉପକରଣ ଓ ସୁରକ୍ଷା ପ୍ରଦାନ କରୁଥିବା ସାମଗ୍ରୀ ଯୋଗାଣ ଉପରେ କମ୍ପାନୀ ଗୁରୁତ୍ୱଦେଉଛି । ମହାରାଷ୍ଟ୍ରରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି ଓ ଖୁବ୍ଶୀଘ୍ର ଦେଶର ଅନ୍ୟାନ୍ୟ ସ୍ଥାନରେ ଏହି ସେବା ଯୋଗାଇ ଦିଆଯିବ । ବ୍ରିହାନ ମୁମ୍ବାଇ ମୁନିସପାଲ କର୍ପୋରେସନ (ବିଏମସି)କୁ ଏହା ୫ କୋଟି ଟଙ୍କା ଦାନ କରିଛି । ମହାରାଷ୍ଟ୍ର ସରକାରଙ୍କୁ ୧୧୫ ହସ୍ପିଟାଲ୍ ଶଯ୍ୟା ପ୍ରଦାନ କରିଛି । ଅନ୍ଧେରୀ ଠାରେ ଥିବା ସେଭେନ୍ ହିଲସ୍ ହସ୍ପିଟାଲ୍ରେ ଏକ ୭୫ ଶଯ୍ୟା ବିଶିଷ୍ଟ କ୍ୱାରାଂଟାଇନ୍ ସେଂଟର୍ ସ୍ଥାପନ କରିବା ଲାଗି ସହାୟତା ପ୍ରଦାନ କରୁଛି ।
କଂପାନି ନିକଟରେ ଆରମ୍ଭ କରିଥିବା ପ୍ରୋଟେକ୍ଟ ଇଣ୍ଡିଆ ଅଭିଯାନରେ ୧ ନିୟୁତ ଗୋଦରେଜ୍ ପ୍ରୋଟେକ୍ଟ ମ୍ୟାଜିକ ପାଉଡର ଟୁ ଲିକ୍ୱିଡ ହାଣ୍ଡ ୱାସ ବିତରଣ କରୁଛି । ଦେଶର ୮ଟି ରାଜ୍ୟରେ ୧.୧୨ ଲକ୍ଷ ହିତାଧିକାରୀଙ୍କୁ ହାଣ୍ଡ ୱାସ, ସାନିଟାଇଜର ଓ ସାବୁନ ବଂଟନ କରିଛି । ମୁମ୍ବାଇ ପୋଲିସ ବଳକୁ ସାନିଟାଇଜର ପ୍ରଦାନ କରିଛି । କଂପାନି ତରଫରୁ ସାବୁନ, ସାନିଟାଇଜର ଓ ହାଣ୍ଡ ୱାସ ଉତ୍ପାଦନକୁ ବଢ଼ାଇ ଦିଆଯାଇଛି ।
ଗୋଦରେଜ୍ ଗ୍ରୁପ୍ର ଫର୍ଣ୍ଣିଚର ବ୍ୟବସାୟ ତରଫରୁ ମେଡିକାଲ ରେଫ୍ରିଜରେଟର ବ୍ୟବସାୟ, କ୍ୱାରାଂଟିନ କୋଠରି ସ୍ଥାପନ କରିବା ଲାଗି ନିର୍ମାଣ କାରବାର ଓ ହସ୍ପିଟାଲର ବିଭିନ୍ନ ମେକାନିକାଲ, ଇଲେକ୍ଟ୍ରିକାଲ ଓ ପାଇପ୍ କାର୍ଯ୍ୟରେ କିଭଳି ସହଯୋଗ କରାଯାଇପାରିବ ତାହାର ସମ୍ଭାବନାକୁ ସନ୍ଧାନ କରାଯାଉଛି ।
କଂପାନି ତରଫରୁ ଏହାର କାରଖାନା ଓ ନିର୍ମାଣ ସ୍ଥଳୀଗୁଡ଼ିକରେ ଚୁିକ୍ତି ଭିତିକ କର୍ମଚାରୀ ଏବଂ ଶ୍ରମିକମାନଙ୍କ ଦାୟିତ୍ୱ ନିଆଯାଉଛି । ଆଠଟି ସହରରେ ଥିବା ସାଇଟ୍କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯାଉଛି । ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ ସେମାନଙ୍କୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପରିମଳ ସାମଗ୍ରୀ ଯୋଗାଇ ଦିଆଯାଉଛି । ଶ୍ରମିକମାନଙ୍କ ପାଇଁ ଆଇସୋଲେସନ ବା ଏକାନ୍ତବାସର ବ୍ୟବସ୍ଥା କରାଯାଇଛି ।