ଗୋ-ଏୟାର ସବୁଠାରୁ ଅଧିକ ସମୟାନୁବର୍ତ୍ତୀ: ଡିଜିସିଏ

ଭୁବନେଶ୍ୱର, (ଓଟି): ଦ୍ରୁତ ଅଭିବୃଦ୍ଧିଶୀଳ ବିମାନ କଂପାନୀ ଗୋ-ଏୟାର ୨୦୧୯ ନଭେମ୍ବରରେ ଭାରତର ସବୁଠୁ ସମୟାନୁବର୍ତ୍ତୀ ବିମାନ କଂପାନୀର ଭାବେ ମାନ୍ୟତା ଅର୍ଜନ କରିଛି । ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଡିଜିସିଏ)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି । ଗୋ-ଏୟାର ୬୭.୬% ଅନ୍-ଟାଇମ୍ ପରଫରମାନ୍ସ (ଓଟିପି) ସହିତ କ୍ରମାଗତ ୧୫ତମ ମାସ ପାଇଁ ଶୀର୍ଷ ସ୍ଥାନରେ ରହିଛି ଯାହା ୨୦୧୯ ନଭେମ୍ବରରେ ସମସ୍ତ ବିମାନ କଂପାନିଗୁଡ଼ିକ ମଧ୍ୟରେ ସର୍ବାଧିକ ।


୨୦୧୯ ନଭେମ୍ବରରେ ଗୋଏୟାର ମୋଟ ୧୪ ଲକ୍ଷ ୨୨ ହଜାର ଯାତ୍ରୀଙ୍କୁ ସେବା ଯୋଗାଇ ଦେଇଛି ଏବଂ ପ୍ରତି ୧୦ ହଜାର ଯାତ୍ରୀରେ ଅଭିଯୋଗ ହେଉଛି ମାତ୍ର ୦.୬ । ୨୦୧୯ ନଭେମ୍ବରରେ କଂପାନିର ଲୋଡ୍ ଫ୍ୟାକ୍ଟର ହେଉଛି ଅନ୍ୟତମ ସର୍ବାଧିକ । ଡିଜିସିଏ ରିପୋର୍ଟ ଅନୁଯାୟୀ, ନଭେମ୍ବରରେ ଲୋଡ୍ ଫ୍ୟାକ୍ଟର ୯୨.୭% ରହିଛି ଯାହା ୨୦୧୯ ଅକ୍ଟୋବରରେ ୮୩.୧% ଥିଲା ।


ଗୋ-ଏୟାରର ପରିଚାଳନା ନିର୍ଦେଶକ ଜେହ୍ ୱାଡିଆ କହିଛନ୍ତି ଯେ, “କ୍ରମାଗତ ୧୫ତମ ଥର ଲାଗି ଗୋଏୟାର ଓଟିପି ଚାର୍ଟ ଶୀର୍ଷରେ ରହିଥିବାରୁ ଆମେ ବହୁତ ଉଲ୍ଲସିତ । ଗୋଏୟାର ଏହାର ବ୍ୟବସାୟକୁ ତିନିଟି ମୌଳିକ ଆଦର୍ଶ: ସମୟାନୁବର୍ତିତା, ସୁଲଭତା ଏବଂ ସଜହତା ଅନୁସାରେ ପରିଚାଳିତ ହେଉଛି । ଭାରତୀୟ ବିମାନ ଶିଳ୍ପରେ କ୍ରମାଗତ ୧୫ତମ ମାସ ପାଇଁ ଅଗ୍ରଣୀ ନେତୃତ୍ୱ ବଜାୟ ରଖିିଥିବାରୁ ଗୋଏୟାରର ସମଗ୍ର ଟିମ୍କୁ ମୁଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛୁ।’’


୨୦୧୯ ନଭେମ୍ବରରେ ଗୋଏୟାରର ୩୨୫ର ଅଧିକ ଦୈନିକ ବିମାନରେ ୧୪.୨୨ ଲକ୍ଷ ଯାତ୍ରୀ ବିମାନ ସେବା ହାସଲ କରିଛନ୍ତି । ଗୋଏୟାର ପକ୍ଷରୁ ଅହମ୍ମଦାବାଦ, ଆଇଜ୍ୱଲ, ବଗଡୋଗରା, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗୋଆ, ଗୌହ୍ୱାଟି, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କୋଚି, କୋଲକାତା, କନ୍ନୁର, ଲେହ, ଲକ୍ଷେ୍ନø, ମୁମ୍ବାଇ, ନାଗପୁର, ପାଟନା, ପୋର୍ଟବ୍ଲେୟାର, ପୁନେ, ରାଂଚି ଓ ଶ୍ରୀନଗର ଭଳି ୨୫ଟି ଘରୋଇ ସ୍ଥାନକୁ ବିମାନ ସେବା ପ୍ରଦାନ କରାଯାଉଥିବା ବେଳେ ଫୁକେଟ୍, ମାଲେ, ମସ୍କାଟ, ଆବୁଧାବି, ଦୁବାଇ, ବ୍ୟାଙ୍କକ୍, ସିଙ୍ଗାପୁର ଏବଂ କୁଏତ୍ ଭଳି ୮ଟି ଆନ୍ତର୍ଜାତିକ ସ୍ଥାନକୁ ଗୋଏୟାର ବିମାନ ଉଡୁଛି ।

Leave a Reply

Your email address will not be published.