IndiaFightsCorona: ଡାକ୍ତରଙ୍କୁ ଆକ୍ରମଣ କଲେ ଏଣିକି କଠୋର ଦଣ୍ଡ, ଜାଣନ୍ତୁ କ’ଣ ହେଲା ନିୟମରେ ପରିବର୍ତ୍ତନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ସହ ଲଢ଼ୁଥିବା ସ୍ଵାସ୍ଥ୍ୟକର୍ମୀ ତଥା ସମ୍ମୁଖ ଯୋଦ୍ଧାକୁ ସୁରକ୍ଷିତ କରିବା ତଥଶ ତାଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ମହାମାରୀ ଆଇନ ୧୮୯୭ରେ ପରିବର୍ତ୍ତନ  ଲାଗି ଅଧ୍ୟାଦେଶ ଜାରି କରିଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତିଯେ, ଏଣିକି ଯେଉଁମାନେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରିବେ କିମ୍ବା ଭେଦଭାବ କରିବେ ସେମାନେ ୩ମାସରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବା ସହ  ୫୦,୦୦୦ରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ।  ଯଦି ଘଟଣା ଗୁରୁତର ହୁଏ ତେବେ ଜେଲ ଦଣ୍ଡ ୬ ମାସରୁ ୭ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ସହ ୧-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଦେବାକୁ ପଡିପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଜରୁରୀ ହେଲଶ କୋଭିଡ୍‌ ପରିସ୍ଥିତି ଶେଷ ହେବା ପରେ ଏହି ଭଳି ଆଇନକୁ ଲାଗୁ କରିବା ପାଇଁ ସରକାର ଚିନ୍ତା କରିପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଏହା ସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହା ମଧ୍ୟ କହିଛନ୍ତି ଯେ ଯଦି ଗାଡି, ମେଡିକାଲ କ୍ଲିନିକ କିମ୍ବା ଫ୍ରଣ୍ଟଲାଇନ କୋଭିଡ-୧୯ କର୍ମଚାରୀଙ୍କ ଅନ୍ୟ କୌଣସି ସମ୍ପତ୍ତିର କ୍ଷତି ହୁଏ, ତେବେ ଅଭିଯୁକ୍ତକୁ କ୍ଷତିଗ୍ରସ୍ତ ସମ୍ପତ୍ତିର ବଜାର ମୂଲ୍ୟରୁ ଦୁଇଗୁଣ ମୂଲ୍ୟ ଦେବାକୁ ପଡିବ।

ସୂଚନା ମୁତାବକ, ସୋମବାର ଦିନ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍(ଆଇଏମଏ) ସାରା ଦେଶରେ ଡାକ୍ତର ଏବଂ ମେଡିକାଲ୍ ପ୍ରଫେସନାଲଙ୍କ ପ୍ରତି ହେଉଥିବା ହିଂସା ତଥା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲା। ସାରା ଦେଶରେ ଡାକ୍ତର ଏବଂ ଡାକ୍ତରଖାନା ପ୍ରତି ହେଉଥିବା ହିଂସା ଉପରେ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ଆଇଏମଏ କେନ୍ଦ୍ରକୁ କହିଥିଲା। ଯଦି ହେଉଥିବା ହିଂସା ଉପରେ ସରକାର କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାରେ ବିଫଳ ହୁଅନ୍ତି ତେବେ ସାରା ଦେଶରେ ଡାକ୍ତରମାନେ ଏପ୍ରିଲ ୨୩ରେ କଳା ବ୍ୟାଜ ପିନ୍ଧି କାମ କରିବେ ଏବଂ ଏହାକୁ ‘କଳା ଦିବସ’ ଘୋଷଣା କରାଯିବ ବୋଲି ଆଇଏମଏ ପକ୍ଷରୁ କୁହାଯାଇଥିଲା। ଆଇଏମଏ ପକ୍ଷରୁ ଏଭଳି ଚେତାବନୀ ମିଳିବା ପରେ କେନ୍ଦ୍ର ସରକାର ଡାକ୍ତର ଏବଂ ମେଡିକାଲ୍ ପ୍ରଫେସନାଲଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଆଇନ ପ୍ରଣୟନ କରିଛନ୍ତି |

Leave a Reply

Your email address will not be published.