ଗୀତା ମାହାତ୍ମ୍ୟ-୩୧: ସେ ହିଁ ଅନନ୍ତ, ଅପ୍ରମେୟ
କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ ଦର୍ଶନ କରିବା ପରେ ଅଭିଭୂତ ହୋଇ କହିଲେ, ‘ମୁଁ ଆପଣଙ୍କ ଶରୀରରେ ସମସ୍ତ ଦେବତାଙ୍କୁ, ଜୀବସମୁଦାୟଙ୍କୁ, କମଳ ଆସନରେ ବିରାଜିତ ବ୍ରହ୍ମାଙ୍କୁ, ମହାଦେବଙ୍କୁ, ସମସ୍ତ ଋଷିଙ୍କୁ ଓ ଦିବ୍ୟସର୍ପଙ୍କୁ ଦେଖୁଛି । ମୁଁ ଆଣଙ୍କର ଅନେକ ହାତ, ଅନେକ ମୁଖ, ଅନେକ ନେତ୍ର ଦେଖିôବା ସହିତ ଆପଣ ସବୁଦିଗରେ ବ୍ୟାପ୍ତ ହୋଇଥିବା ମଧ୍ୟ ଦେଖିପାରୁଛି । ମୁଁ ଆପଣଙ୍କର ଆଦି, ଅନ୍ତ, ମଧ୍ୟ ଦେଖିପାରୁନାହିଁ ।
ମୁଁ ଆପଣଙ୍କୁ ମୁକୁଟଧାରୀ, ଗଦାଧାରୀ ଓ ଚକ୍ରଧାରୀ ତଥା ସବୁ ଦିଗରୁ ପ୍ରକାଶମାନ ତେଜପୂର୍ଣ୍ଣ, ପ୍ରଜ୍ୱଳିତ ଅଗ୍ନି, ସୂର୍ଯ୍ୟସଦୃଷ ଜ୍ୟେତିର୍ମୟ ଭାବେ ଦେଖୁଛି । ଆପଣଙ୍କୁ ଦେଖିବା କଷ୍ଟକର ଓ ସବୁ ଦିଗରୁ ଅପ୍ରମେୟ । ଆପଣ ପରମବ୍ରହ୍ମ ପରମାତ୍ମା, ଜଗତର ପରମ ଆଶ୍ରୟ, ଅନାଦି ଧର୍ମର ରକ୍ଷକ ଓ ଅବିନାଶୀ ସନାତନ ପୁରୁଷ । ଆପଣ ଆଦି, ମଧ୍ୟ, ଅନ୍ତରହିତ, ଅନନ୍ତ ସାମର୍ଥ୍ୟଯୁକ୍ତ, ଅନନ୍ତ ଭୁଜଧାରୀ, ଚନ୍ଦ୍ର ସୂର୍ଯ୍ୟ ରୂପକ ନେତ୍ରଧାରୀ, ପ୍ରଜ୍ୱଳିତ ଅଗ୍ନିରୂପକ ମୁଖ ବିଶିଷ୍ଟ ଓ ନିଜ ତେଜରେ ସମସ୍ତ ଜଗତକୁ ସନ୍ତପ୍ତ କରୁଥିବା ଦେଖୁଛି । ସ୍ୱର୍ଗ ଓ ପୃଥିବୀ ମଧ୍ୟରେ ଥିବା ସମ୍ପୂର୍ଣ୍ଣ ଆକାଶ ତଥା ସମସ୍ତ ଦିଗ ଆପଣଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଥିôବା ଓ ଆପଣଙ୍କ ଅଲୌକିକ ଓ ଭୟଙ୍କର ରୂପ ଦେଖି ତ୍ରିଲୋକ ବ୍ୟଥିତ ହେଉଥିôବା ମୁଁ ଜାଣିପାରୁଛି ।’ ଏଥିସହ ଅର୍ଜୁନ ଅହୁରି ମଧ୍ୟ କହିଛନ୍ତି ଯେ,
ଅମୀ ହି ତ୍ୱାଂ ସୁରସଂଘା ବିଶନ୍ତି କେଚିଦ୍ଭୀତାଃ ପ୍ରଞ୍ଜଳୟୋ ଗୃଣନ୍ତି ।
ସ୍ୱସ୍ତିତ୍ୟୁକ୍ତ୍ୱା ମହର୍ଷିସିଦ୍ଧସଂଘାଃ ସ୍ତୁବନ୍ତି ତ୍ୱାଂ ସ୍ତୁତିଭିଃ ପୁଷ୍କଳାଭିଃ । ।
ଅର୍ଥାତ କେତେକ ଦେବତାମାନେ ଆପଣଙ୍କ ମଧ୍ୟରେ ପ୍ରବେଶ କରୁଥିବା ବେଳେ ଅନ୍ୟ କେତେକ ଦେବତା କରପତ୍ର ଯୋଡ଼ି ଆପଣଙ୍କ ଗୁଣ ଗାନ କରୁଛନ୍ତି, ମହର୍ଷି ଓ ସିଦ୍ଧପୁରୁଷମାନେ ‘କଲ୍ୟାଣ ହେଉ’ ବୋଲି କହି ଉତ୍ତମ ସ୍ତୋତ୍ର ଦ୍ୱାରା ଆପଣଙ୍କୁ ସ୍ତୁତି କରୁଛନ୍ତି ।
ଭଗବାନଙ୍କ ବିଶ୍ୱରୂପ ଦେଖିବା ପରେ ଅର୍ଜୁନ ଆହୁରି ମଧ୍ୟ କହିଛନ୍ତି, ‘ଏକାଦଶ ରୁଦ୍ର, ଦ୍ୱାଦଶ ଆଦିତ୍ୟ, ଅଷ୍ଟ ବସୁ, ସାଧ୍ୟଗଣ, ଅଶ୍ୱିନୀ କୁମାରଦ୍ୱୟ, ମରୁତଗଣ, ପିତୃସମୁଦାୟ, ଗନ୍ଧର୍ବ, ଯକ୍ଷ, ରାକ୍ଷସ ତିଥା ସିଦ୍ଧମାନେ ବିସ୍ମିତ ହୋଇ ଆପଣଙ୍କୁ ଚାହିଁଛନ୍ତି । ଆପଣଙ୍କର ବହୁ ମୁଖ, ବହୁ ନେତ୍ର, ବହୁ ହସ୍ତ, ବହୁ ଉରୁ(ଜଂଘ), ବହୁ ପାଦ, ବହୁ ଉଦର, ଭୟଙ୍କନ୍ତୀକ୍ଷ୍ମ ଦନ୍ତ ବିଶିଷ୍ଟ ଭୀଷଣ ରୂପ ଦେଖି ମୋ ସହିତ ଅନ୍ୟମାନେ ବ୍ୟଥିତ ହେଉଛନ୍ତି । ଆକାଶକୁ ସ୍ପର୍ଶ କରୁଥିôବା ଆପଣଙ୍କ ଦେଦୀପ୍ୟମାନ, ଅନେକ ବର୍ଣ୍ଣବିଶିଷ୍ଟ ମୁଖଯୁକ୍ତ ଓ ପ୍ରଜ୍ୱଳିତ ବିଶାଳ ନେତ୍ରଯୁକ୍ତ ଆପଣଙ୍କ ରୂପ ଦେଖି ମୁଁ ଅନ୍ତର ଭିତରେ ଭୟଭୀତ ହୋଇ ଧୈର୍ଯ୍ୟ ଓ ଶାନ୍ତି ପାଇପାରୁ ନାହିଁ ।