ଗୀତା ମାହାତ୍ମ୍ୟ-୩୫: ଇଶ୍ୱରଙ୍କ ପ୍ରିୟ ଭକ୍ତ କିଏ
ର୍ମଫଳର ଆଶା ତ୍ୟାଗ କରିପାରିଲେ ଇଶ୍ୱର ପ୍ରାପ୍ତିର ମାର୍ଗ ସୁଗମ ହୋଇଥାଏ ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ବୁଝାଇବା ପରେ ବି ଅର୍ଜୁନଙ୍କ ମନରୁ ସନ୍ଦେହ ଓ ସଂଶୟ ଦୂର ନହେବାରୁ ଭଗବାନ ପୁଣି କହିଥିଲେ ଯେ, ‘ଯେଉଁ ପୁରୁଷ ସକଳ ଭୂତଙ୍କ ପ୍ରତି ଦ୍ୱେଷରହିତ ହେବା ସହ ନିଃସ୍ୱାର୍ଥପର ଭାବରେ ସମସ୍ତଙ୍କୁ ପ୍ରେମ କରିପାରନ୍ତି, ଦୟାଳୁ, ମମତାରହିତ, ସୁଖ ଦୁଃଖ ପ୍ରାପ୍ତିରେ ସମଭାବ ପୋଷଣ ଓ କ୍ଷମାଶୀଳ(ଏପକି ଶତ୍ରୁ ବା ଅପରାଧୀକୁ ବି ଅଭୟ ପ୍ରଦାନ କରିପାରନ୍ତି) ହୁଅନ୍ତି, ଯେଉଁ ଯୋଗୀମାନେ ନିରନ୍ତର ସନ୍ତୁଷ୍ଟ ରୁହନ୍ତି, ମନ ଓ ଇନ୍ଦ୍ରିୟଙ୍କ ସହିତ ଶରୀରକୁ ନିଜ ବଶରେ ରଖିପାରନ୍ତି ଓ ଯେ ମୋ ଠାରେ ଦୃଢ ନିଶ୍ଚୟ ହୋଇ ମନ-ବୁଦ୍ଧିକୁ ଅର୍ପଣ କରିଥାଏ ସେହି ଭକ୍ତମାନେ ମଧ୍ୟ ମୋର ପ୍ରିୟ ଅଟନ୍ତି ।
ସେହିପରି ଯାହାଙ୍କ ଯୋଗୁ କେହି ଉଦବିଗ୍ନ ହୁଏନାହିଁ କିମ୍ବା ସେ ନିଜେ ମଧ୍ୟ କୌଣସି ଜୀବହେତୁ ଉଦବିଗ୍ନ ହୁଏ ନାହିଁ ତଥା ଯେ ହର୍ଷ, ଭୟ, ଉଦ୍ବେଗରୁ ମୁକ୍ତ ରହେ, ଆକାଙକ୍ଷାରହିତ ଥାଏ, ବାହାରେ ଓ ହୃଦୟରେ ଶୁଦ୍ଧ, ପକ୍ଷପାତରହିତ ଓ ଦୁଃଖରୁ ମୁକ୍ତ ହୋଇ ଥାଏ ହେି ଭକ୍ତମାନେ ମଧ୍ୟ ମୋର ପ୍ରିୟ ।’ ଏଥିସହ ଭଗବାନ ଅର୍ଜୁନଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ,
ଯୋ ନ ହୃଷ୍ୟତି ନ ଦ୍ୱେଷ୍ଟି ନଶୋଚତି ନ କାଙକ୍ଷତି ।
ଶୁଭାଶୁଭପରିତ୍ୟାଗୀ ଭକ୍ତିମାନ ଯଃ ସ ମେ ପ୍ରିୟଃ । ।
ଅର୍ଥାତ୍ ଯେ କେବେ ହର୍ଷିତ ହୁଅନ୍ତି ନାହିଁ, କି ଦ୍ୱେଷ କରନ୍ତି ନାହିଁ, ତଥା ଯେ ଶୁଭ ଓ ଅଶୁଭ ସକଳ କର୍ମର ତ୍ୟାଗୀ-ସେହି ପୁରୁଷ ମୋର ପ୍ରିୟ ।
ଏଥିସହ ଭଗବାନ ଆହୁରି ମଧ୍ୟ କହିଛନ୍ତି, ‘ଯେ ଶତ୍ରୁ-ମିତ୍ର ଠାରେ, ମାନ-ଅପମାନରେ ସମ ତଥା ଶୀତ-ଉଷ୍ଣ ଓ ସୁଖ-ଦୁଃଖାଦି ଦ୍ୱନ୍ଦ୍ୱରେ ସମ ଏବଂ ଆସକ୍ତିରହିତ ଏବଂ ଯେ ନିନ୍ଦା ଓ ପ୍ରଶଂସାକୁ ସମାନ ବିବେଚନା କରନ୍ତି, ଯେ ମନନଶୀଳ ଓ ଯେ କୌଣସି ପ୍ରକାର
ହେଲେ ଯେଉଁ ଶ୍ରଦ୍ଧାବାନ (ବେଦ, ଶାସ୍ତ୍ର, ମହାତ୍ମା ଏବଂ ଗୁରୁଜନ ଓ ଇଶ୍ୱରଙ୍କ ବଚନକୁ ପ୍ରତ୍ୟକ୍ଷପରି ବିଶ୍ୱାସ କରିବାର ନାମ ଶ୍ରଦ୍ଧା) ଭକ୍ତମାନେ ମୋର ପାରାୟଣ ହୋଇ ଉପରୋକ୍ତ ଧର୍ମମୟ ଅମୃତ ନିଷ୍କାମ ପ୍ରେମଭାବରେ ସେବନ କରନ୍ତି, ସେହି ଭକ୍ତମାନେ ମୋର ଅତିଶୟ ପ୍ରିୟ ଅଟନ୍ତି ।’