ପ୍ରଖ୍ୟାତ ଅଭିନେତା ଓ ଲେଖକ ଗିରୀଶ୍ କନ୍ନଡ଼ ଆଉ ନାହାନ୍ତି

ସିନେ ଜଗତର ପ୍ରଖ୍ୟାତ ଅଭିନେତା ଓ ସାହିତ୍ୟ ଜଗତର ଜଣେ ଅମୂଲ୍ୟ ରତ୍ନ ଗିରୀଶ୍ କନ୍ନାଡ଼ ଆଉ ନାହାନ୍ତି । ସୋମବାର ଦିନ ବାଙ୍ଗାଲୁରୁ ଠାରେ ୮୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଅନେକ ଦିନ ଧରି ମଲଟିପଲ୍ ଅର୍ଗାନ୍ ଫେଲ୍ୟୁର୍ ରୋଗରେ ପୀଡ଼ିତ ଥିଲେ । ଥିଏଟର୍ ଠାରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ, ଅଭିନୟ ଜଗତରେ ସେ ଏକ ଅଲିଭା ଛାପ ଛାଡ଼ି ଯାଇଛନ୍ତି । ଗିରୀଶଙ୍କ ମୃତ୍ୟୁରେ ବଲିଉଡ୍ ସ୍ତବ୍ଧ ହୋଇଯାଇଛି । ଅନେକ ନାମିଦାମୀ ତାରକାଙ୍କ ସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି । ସମସ୍ତେ ଟ୍ୱିଟର୍ ମାଧ୍ୟମରେ ଗିରୀଶଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

୧୯୩୮ ମେ’ ୧୯ ତାରିଖରେ ମହାରାଷ୍ଟ୍ରର ମାଥେରାନରେ ଜନ୍ମଗ୍ରହଣ କରିଥିବା ଗିରୀଶ୍ ଅଭିନୟ ସହିତ ନିର୍ଦ୍ଦେଶନା, ନାଟ୍ୟକାର ଓ ସାହିତ୍ୟ ଜଗତରେ ମଧ୍ୟ ତାଙ୍କର ଦକ୍ଷତାର ପ୍ରମାଣ ଦେଇଛନ୍ତି । ସ୍ୱର୍ଗତ ଗିରୀଶଙ୍କୁ ପଦ୍ମ ବିଭୂଷଣ, ପଦ୍ମଶ୍ରୀ ଓ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published.