ଜିଓରେ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ର ୬ ହଜାର୫୯୮ କୋଟି ଟଙ୍କା ନିବେଶ

ଭୁବନେଶ୍ୱର , (ଓଡ଼ିଶା ଟାଇମ୍‌): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମାନସପୁତ୍ର ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍  ବିଶ୍ୱର ପ୍ରମୁଖ ଅଭିବୃଦ୍ଧି ଇକ୍ୱିଟି ସଂସ୍ଥା ଜେନେରାଲ୍ ଆଟ୍‌ଲାଣ୍ଟିକ୍ ୬ ହଜାର୫୯୮ କୋଟି ଟଙ୍କା ନିବେଶ କରିବ। ଏନେଇ ଜିଓ ପକ୍ଷରୁ ଆବଶ୍ୟକ ଘୋଷଣା ହୋଇଛି।  ଏହି ପୁଞ୍ଜିନିବେଶ ସହିତ ଜିଓ ପ୍ଲାଟଫର୍ମସ୍ ଗତ ଚାରି ସପ୍ତାହ ମଧ୍ୟରେ ୬୭,୧୯୪.୭୫ କୋଟି ଟଙ୍କାର ନିବେଶ ହାସଲ କରିପାରିଛି । ଯାହା ମଧ୍ୟରେ ବିଶ୍ୱର ପ୍ରମୁଖ ନିବେଶକ ଫେସ୍‌ବୁକ୍‌, ସିଲଭର୍ ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ଓ ଜେନେରାଲ୍ ଆଟ୍‌ଲାଣ୍ଟିକ୍  ପ୍ରଭୃତି ଅନ୍ତର୍ଭୁକ୍ତ।
 ଜିଓ ନିର୍ମାଣ କରିଥିବା ବିଶ୍ୱସ୍ତରୀୟ ଡିଜିଟାଲ୍ ପ୍ଲାଟଫର୍ମ ବ୍ରଣ୍ଡ୍‌ବ୍ୟାଣ୍ଡ୍ ଯୋଗାଯୋଗ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଓ ଏଜ୍ କମ୍ପ୍ୟୁଟିଂ, ବିଗ୍ ଡାଟା ଆନାଲିିସିସ୍‌, ଆର୍ଟିଫିସିଆଲ ଇଟେଂଲିଜେନ୍ସ, ଇଟଂରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଓ ବ୍ଲକ୍‌ଚେନ୍ ଆଦି ପ୍ରମୁଖ ବୈଷୟିକ ଶକ୍ତିକୁ ନେଇ ଗଠିତ । ଜିଓର ଲକ୍ଷ୍ୟ ହେଉଛି ସାରା ଭାରତରେ ୧୩୦ କୋଟି ଲୋକ ଏବଂ ବ୍ୟବସାୟ, ବିଶେଷକରି କ୍ଷୁଦ୍ର ବ୍ୟବସାୟୀ, ଲଘୁ-ବ୍ୟବସାୟୀ ଏବଂ ଚାଷୀମାନଙ୍କ ପାଇଁ ଏକ ଡିଜିଟାଲ୍ ଭାରତ ନିର୍ମାଣ କରିବା ଯାହାଦ୍ୱାରା ସେମାନେ ମଧ୍ୟ ଏହି ଅଭିବୃଦ୍ଧିରେ ସାମିଲ୍ ହୋଇ ଲାଭ ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଜେନେରାଲ୍ ଆଟ୍‌ଲାଣ୍ଟିକ୍ ହେଉଛି ବିଶ୍ୱର ଅଗ୍ରଣୀ ଅଭିବୃଦ୍ଧି ଇକ୍ୱିଟି ନିବେଶକାରୀ ସଂସ୍ଥା ଯାହାର ଟେକ୍ନୋଲୋଜି, ଉପଭୋକ୍ତା, ଆର୍ଥିକ ସେବା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଞ୍ଜିନିବେଶର ୪୦ ବର୍ଷର ଇତିହାସ ରହିଛି ।  ଏହି କମ୍ପାନୀ ନିବେଶ କରିଥିବା ବିଶ୍ୱର ବୈଷୟିକ କ୍ଷେତ୍ରର ଅଗ୍ରଣୀ କମ୍ପାନୀଗୁଡିକ ମଧ୍ୟରେ ରହିଛି ଏୟାର ବିଏନ୍‌ବି, ଆଲିବାବା, ଆଣ୍ଟ ଫାଇନାନ୍ସିଆଲ୍‌, ବକ୍ସ, ବାଇଟ୍ ଡ୍ୟାନ୍ସ, ଫେସ୍‌ବୁକ୍‌, ସ୍ଲାକ୍‌, ସ୍ନାପ୍‌ଚାଟ୍‌, ଉବର୍ ଇତ୍ୟାଦି ।
ଜେନେରାଲ୍ ଆଟ୍‌ଲାଣ୍ଟିକ୍ ସହିତ ହୋଇଥିବା ସହଭାଗିତା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି, “ବିଶ୍ୱର ଏକ ପ୍ରମୁଖ ନିବେଶକ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌କୁ ମୂଲ୍ୟବାନ ସହଯୋଗୀ ଭାବେ ସ୍ୱାଗତ କରୁଛି। ମୁଁ ବହୁ ଦଶନ୍ଧିରୁ ଜେନେରାଲ୍ ଆଟ୍‌ଲାଣ୍ଟିକ୍ ସହ ପରିଚିତ ଏବଂ ଭାରତର ଅପାର ଅଭିବୃଦ୍ଧି ସୁଯୋଗ ଓ ସମ୍ଭାବନାରେ ଏହାର ବିଶ୍ୱାସକୁ ସର୍ବଦା ସମ୍ମାନ ଦେଇଆସିଛି । ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ର ଆମ ଭଳି ଭାରତ ପାଇଁ ଡିଜିଟାଲ୍ ସମାଜ ଗଠନ କରିବା ଓ ଇକୋସିଷ୍ଟମ୍‌କୁ ଆଗକୁ ବଢାଇବା ତଥା ପୁନର୍ବିନ୍ୟାସ କରିବାର ସମାନ ଲକ୍ଷ୍ୟ ରହିଛି ।  ’’
ଏହି ନିବେଶ ସମ୍ପର୍କରେ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ର ସିଇଓ ବିଲ୍ ଫୋର୍ଡ କହିଛନ୍ତି ଯେ, “ବିଶ୍ୱରେ ବୈଷୟିକ କ୍ଷେତ୍ରରେ ଅଗ୍ରଣୀ ତଥା ଦୂରଦୃଷ୍ଟି ସମ୍ପନ୍ନ ଉଦ୍ୟୋଗୀମାନଙ୍କୁ ଦୀର୍ଘମିଆଦୀ ସହଯୋଗ ଯେଗାଇ ଆସୁଥିବାରୁ ଜିଓରେ ନିବେଶ କରି ଆମେ ବେଶ୍ ଉତ୍ସାହିତ ।

Leave a Reply

Your email address will not be published. Required fields are marked *