ଗୀତା ମା’ଙ୍କ ସ୍ୱପ୍ନର ରାଜକୁମାର
ଟେଲି ପରଦାରେ ଗୀତା ମା’ ଓରଫ୍ ଗୀତା କପୁର୍ ଆଜିକାଲି ଡେଟିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି । ୪୫ ବର୍ଷୀୟା ଗୀତାଙ୍କୁ ତାଙ୍କ ସ୍ୱପ୍ନର ରାଜକୁମାର ମିଳିଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ତାଜା ରିପୋର୍ଟ ଅନୁଯାୟୀ ଗୀତା ରାଜିବ୍ ଖିଂଚିଙ୍କ ସହିତ ଡେଟ୍ କରୁଛନ୍ତି ।
ଜଣେ ମଡେଲ୍, ଆକ୍ଟର୍, ଡାରେକ୍ଟର୍ ଓ କୋରିଓଗ୍ରାଫ୍ ଭାବେ ରାଜିବ ଲାଇମ୍ଲାଇଟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ସୋସିଆଲ୍ ମିଡିଆରେ ଗୀତା ଓ ରାଜିବଙ୍କ କିଛି ଫଟୋ ଭାଇରାଲ୍ ହେବାପରେ ବି ଟାଉନରେ ଏହି ଯୋଡ଼ିକୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି । ଇନ୍ଷ୍ଟାଗ୍ରାମ୍ରେ ମଧ୍ୟ ଉଭୟ କିଛି ଫଟୋ ଅପ୍ଲୋଡ୍ କରିଛନ୍ତି । କିନ୍ତୁ ଗୀତା ଓ ରାଜିବ ଏ ସମ୍ପର୍କରେ କୌଣସି ମୋହର ମାରିନାହାନ୍ତି ।
ଏକ ସାକ୍ଷାତକାରରେ ରାଜିବ କହିଛନ୍ତି ଯେ – ‘ଆମେ କେବଳ ଭଲ ସାଙ୍ଗ । ଆମ ଦୁହିଁଙ୍କ ମଧ୍ୟରେ ରୋମାଣ୍ଟିକ୍ ରିଲେସନ୍ଶିପ ନାହିଁ । ଆମେ ବହୁତବର୍ଷ ହେଲା ପରସ୍ପରକୁ ଜାଣିଛୁ । ଯଦି ଲଭ୍ ରିଲେସନ୍ ଥାନ୍ତା, ତାହେଲେ ତା’ର ସୂଚନା ବହୁ ପୂର୍ବରୁ ମିଡିଆରେ ଆସିଯାଇଥାନ୍ତା’ । ରାଜିବଙ୍କ ଏଭଳି ଉତ୍ତର ଶୁଣିବା ପରେ ମଧ୍ୟ ଗୀତାଙ୍କର କିଛି ପ୍ରଶଂସକ ଗୀତା ଓ ରାଜିବଙ୍କ ସମ୍ପର୍କକୁ ନେଇ ଅନେକ ସ୍ୱପ୍ନ ଦେଖିବା ଆରମ୍ଭ କରିଦେଇଛନ୍ତି ।