ବିକାଶ ହାର ଆକଳନ ୫.୫%

ମୁମ୍ବାଇ: ସମ୍ପ୍ରତି ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଆର୍ଥିକ ଅଭିବୃଦ୍ଧି ହାର ମଧ୍ୟ ନୈରାଶ୍ୟଜନକ ରହିଛି । ଇତିମଧ୍ୟରେ ଅର୍ଥନୀତି ସଜାଡ଼ିବାକୁ ନିରନ୍ତର ଉଦ୍ୟମ କରୁଥିବା ସରକାର ସାଧାରଣ ବଜେଟ୍ ଉପସ୍ଥାପନ କରିସାରିଛନ୍ତି । ଏଭଳି ସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ୨୦୨୦-୨୧ରେ ଦେଶର ଜିଡିପି ଅଭିବୃଦ୍ଧିକୁ ନେଇ କରିଥିବା ପୂର୍ବାନୁମାନ ଖୁବ୍ ଉଚ୍ଚାଭିଳାଷି ଲାଗୁଛି ବୋଲି ମୁଡିସ୍ ଇନଭେଷ୍ଟର୍ସ ସର୍ଭିସ ପକ୍ଷରୁ କୁହାଯାଇଛି । ୨୦୨୦-୨୧ରେ ଦେଶର ଜିଡିପି ୧୦%, ୨୦୨୧-୨୨ରେ ୧୨.୬% ଏବଂ ୨୦୨୨-୨୩ରେ ୧୨.୮% ରହିବା ନେଇ ପୂର୍ବାନୁମାନ କରାଯାଇଛି । କିନ୍ତୁ ଭାରତର ଜିଡିପି ଅଭିବୃଦ୍ଧି ୫.୫% ରହିବ ବୋଲି ମୁଡିସ ଆକଳନ କରିଛି ।

Leave a Reply

Your email address will not be published. Required fields are marked *