କରୋନା: ଔଷଧ ପାଇଁ ଭିଡ଼

ଭୁବନେଶ୍ୱର(ଓଟି): ଅଣାୟତ୍ତ ହୋଇଛି କରୋନା। ଚୀନରୁ ଏହି ଭାଇରସ୍‌ ବିଶ୍ଵର ୨୪ ଦେଶକୁ ବ୍ୟାପିଯାଇଛି। ଭାରତର କେବଳ କେରଳରେ ୩ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଅନେକଙ୍କୁ ସନ୍ଦେହରେ ଡାକ୍ତରଙ୍କ କଡ଼ା ନଜରରରେ ରଖାଯାଇଛି। ଏହିକ୍ରମରେ ଓଡ଼ିଶାରେ ମଧ୍ୟ ୬ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ କେବଳ ଜଣେ ମହିଳାଙ୍କୁ ଛାଡ଼ି ସମସ୍ତଙ୍କ ରିପୋର୍ଟ ଆସିଯାଇଛି। ସୌଭାଗ୍ୟର ବିଷୟ ସବୁ ରିପୋର୍ଟ ନେଗେଟିଭ୍‌ ରହିଛି। ତେବେ ଏହି ସବୁ କାରଣରୁ ଓ କରୋନା ଭାଇରସ୍ ପାଇଁ ପ୍ରତିଷେଧକ ଔଷଧ କିଛି ଉଦ୍ଭାବନ ହୋଇନଥିବାରୁ ଲୋକଙ୍କ ଭୟ ବଢ଼ିଯାଇଛି। ଓଡ଼ିଶାରେ ମଧ୍ୟ ଆତଙ୍କ ଲାଗି ରହିଛି। ଏଭଳି ସ୍ଥିତିରେ କିଛି ଔଷଧ ମିଳୁଛି ବୋଲି ଜଣାପଡ଼ିଲେ ଭିଡ଼ ଲାଗିବା ସ୍ଵାଭାବିକ।

ସୂଚନା ଅନୁସାରେ ଏଲୋପାଥିକ ଔଷଧ ଉପଲବ୍ଧ ନଥିଲେ ମଧ୍ୟ କରୋନା ରୋଗର ପ୍ରତିଷେଧକମୂଳକ ଭାବେ ଆୟୂଷ ବିଭାଗ ପକ୍ଷରୁ ହୋମିଓପାଥିକ୍ ମେଡିସିନ୍ ଦିଆଯାଉଛି। ଭୁବନେଶ୍ୱର ଅଭିନ୍ନଚନ୍ଦ୍ର ହୋମିଓପାଥି ମେଡିକାଲ୍ କଲେଜ୍‌ରେ ଏଥିପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ। ଦୁଇଦିନ ମଧ୍ୟରେ ପ୍ରାୟ ୫ଶହ ଲୋକ ମେଡିସିନ ନେଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *