ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍, ୨ ମୃତ
ରାଉରକେଲା, (ଓଡିଶା ଟାଇମ୍) : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍ , । କୋଲ୍ କେମିକାଲ ବିଭାଗରେ ଗ୍ୟାସ୍ ଲିକ୍ ହୋଇଛି । ବିଷାକ୍ତ ଗ୍ୟାସ ପ୍ରଭାବରେ ୧୦ ଜଣ ଆରଏସପି କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ଖବର ଅନୁଯାୟୀ, ଆଜି ସକାଳୁ ସକାଳୁ ରାଉରକେଲା ଷ୍ଟିଲପ୍ଲାଣ୍ଟର କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ହୋଇଥିଲା। ପ୍ରଥମେ ୧୦ କର୍ମଚାରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସେମାନଙ୍କୁ IGHରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ଅଛି।