ଏଠି ଗୋଟିଏ ସ୍ନାନ ଦଶଟି ଅଶ୍ଵମେଧ ଯଜ୍ଞର ପୂଣ୍ୟ ସହ ସମାନ

ଦେବୀ ଗଙ୍ଗା ଦେବଲୋକରୁ ଓହ୍ଲାଇ ପୃଥିବୀ ପୃଷ୍ଠରେ ବିଭିନ୍ନ ନାମରେ ପ୍ରବାହିତ ହୋଇଛନ୍ତି । ଗଙ୍ଗା, ଯମୁନା, ସରସ୍ୱତୀ, ରଥସ୍ଥା, ସରଜୁ, ଗୋମତୀ, ଗଣ୍ଡକ ଓ ଭଗୀରଥ ଇତ୍ୟାଦି । ତେବେ ଗଙ୍ଗା ଓ ସାଗରର ଏହି ମିଳନସ୍ଥଳ ହେଉଛି ‘ଗଙ୍ଗାସାଗର’ । ମକର ସଂକ୍ରାନ୍ତିରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଯାତ୍ରାରମ୍ଭ କାଳରେ ଏହି ପବିତ୍ର ମିଳନ ସ୍ଥଳରେ ସ୍ନାନ କଲେ ଦଶଟି ଅଶ୍ୱମେଧ ଯଜ୍ଞ ସମାପନ ଓ ହଜାର କପିଳ ଗାଭୀ ଦାନ ସହିତ ସମାନ ବୋଲି କୁହାଯାଇଛି । କର୍ମ ପୁରାଣ ଆଧାରରେ ହରିଦ୍ୱାର, ପ୍ରୟାଗ ଓ ଗଙ୍ଗାସାଗର ସ୍ନାନ ଦୁର୍ଲଭ । ତେଣୁ ଭାରତର ବିଭିନ୍ନ ପ୍ରଦେଶର ଶ୍ରଦ୍ଧାଳୁ ଜୀବଦ୍ଦଶାରେ ଥରେ ହେଉ ଉକ୍ତ ମେଳାରେ ଗଙ୍ଗାସ୍ନାନ କରିବା ପାଇଁ କାମନା ରଖିଥାନ୍ତି ।

 

ପ୍ରସ୍ତୁତି ଏସ୍‌ପି

Leave a Reply

Your email address will not be published. Required fields are marked *