ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଶୋଭାପାଇବ ବାନ୍ଧକଳାରେ ୱାଲ୍‌ ହ୍ୟାଙ୍ଗିଙ୍ଗ୍‌ ‘ମଧୁମୟ’

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଶୋଭା ପାଇବ ନିଚ୍ଛକ ସମ୍ବଲପୁରୀ ବାନ୍ଧକଳାର ୱାଲ୍‌ ହ୍ୟାଙ୍ଗିଙ୍ଗ୍‌ । ୧୦ ଫୁଟ ଲମ୍ବା ୩ଫୁଟ ଚଉଡ଼ା ବିଶିଷ୍ଟ ଏହିୱାଲ୍‌ ହ୍ୟାଙ୍ଗିଙ୍ଗ୍‌ କୁ ପ୍ରସ୍ତୁତ କରିଛନ୍ତି ପ୍ରସିଦ୍ଧ ବାନ୍ଧକାଳାକାର ସୁରେନ୍ଦ୍ର ମେହେର। ଖାଲି ସେତିକି ନୁହେଁ, ଲୋକ କଳାର ଏହି ବିରଳ କୃତୀଟିରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ‘ମଧୁମୟ’ କବିତା ପ୍ରସ୍ଫୁଟିତ ହୋଇଛି। ବିଶ୍ଵବିଦ୍ୟାଳୟରୁ ସମ୍ମାନସୂଚକ ଡିଲିଟ୍‌ ଗ୍ରହଣ କରିବା ଅବସରରେ ସୁରେନ୍ଦ୍ର ନିଜର ଏହି କୃତୀକୁ ଉପହାର ସ୍ଵରୁପ ପ୍ରଦାନ କରିଛନ୍ତି।

ସୁରେନ୍ଦ୍ର କହିଛନ୍ତି, ତାଙ୍କୁ ଏହି ବିଶାଳ ୱାଲ୍‌ ହ୍ୟାଙ୍ଗିଙ୍ଗ୍‌ ପ୍ରସ୍ତୁତ କରିବାକୁ ପାଖାପାଖି ୧ ବର୍ଷ ସମୟ ଲାଗିଛି। ସେ ଏକ ସମୟରେ ଦୁଇଟି ଏହିପରି କୃତୀ ବାନ୍ଧି ପାରିଥିଲେ। ଗୋଟିଏ ରାଜ୍ୟ ସଂଗ୍ରହାଳୟରେ ଶୋଭା ପାଉଥିବା ବେଳେ ଦ୍ଵିତୀୟଟି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଶୋଭା ପାଇବ।

ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେର(ବାମ)ଙ୍କୁ ସମ୍ମାନିତ କରାଯାଉଛି।

ଏହା ପୂର୍ବରୁ ସୁରେନ୍ଦ୍ର ଗଙ୍ଗାଧରଙ୍କ ‘ଭକ୍ତି ଅର୍ଘ୍ୟ’, ‘ଅମୃତ ମୟ’ କବିତାକୁ ବାନ୍ଧକଳାରେ ପରିସ୍ଫୁଟନ କରିଛନ୍ତି। ଆଗକୁ ତାଙ୍କ ରଚିତ ‘ ମହିମା’ କବିତାକୁ ମଧ୍ୟ ବୟନକଳାରେ ପ୍ରସ୍ଫୁଟିତ କରିବା ପାଇଁ ସେ ଉଦ୍ୟମ ଜାରି ରଖିଥିବା ସୂଚନା ଦେଇଛନ୍ତି।

ଡିଲିଟ୍‌ ପାଇବା ଅବସରରରେ ସୁରେନ୍ଦ୍ର ଓଡ଼ିଶା ଟାଇମ୍‌ଡଟ୍‌କମ୍‌ (www.odishatime.com)କୁ କହିଛନ୍ତି, ସ୍ଵଭାବ କବି ହେଉଛନ୍ତି ବୁଣାକାର ସମୁଦାୟର କୁଳ ଗୌରବ। ତାଙ୍କ ପାଇଁ ଏହି ସମୁଦାୟ ସାରାଦେଶରେ ସ୍ଵତନ୍ତ୍ର ପରିଚୟ ହାସଲ କରିଛନ୍ତି। ସେ ଗଙ୍ଗାଧରଙ୍କ ସାହିତ୍ୟକୃତୀକୁ ବାନ୍ଧ କଳା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାର ଯେଉଁ ଉଦ୍ୟମ ଜାରି ରଖିଛନ୍ତି, ତାହାକୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର, ବିଶ୍ଵବିଦ୍ୟାଳ୍ରର କୁଳପତି ଅତନୁ ପତି ପ୍ରମୁଖ ଉଚ୍ଚ ପ୍ରଶଂସା କରିଥିଲେ।

ବାନ୍ଧଶିଳ୍ପୀ ସୁରେନ୍ଦ୍ର କବି ଉପେନ୍ଦ୍ରଭଞ୍ଜଙ୍କ ଚିତ୍ର କାବ୍ୟ ବନ୍ଧକୁ ବୟନକଳାରେ ଫୁଟାଇ ଭାରତ ସରକାରଙ୍କଠାରୁ ଜାତୀୟ ଶିଳ୍ପିଗୁରୁ- ସନ୍ଥ କବୀର ସମ୍ମାନ ପ୍ରାପ୍ତ କରିଛନ୍ତି। ବରପାଲିରେ ତାଙ୍କ ଜନ୍ମ ଏବଂ ସେ ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେରଙ୍କ ପୁତ୍ର।

ରା

ଜ୍ୟ ବାହାରେ ପ୍ରଥମ ଥର ବିଜେପି ବିରୋଧି ଆନ୍ଦୋଳନର ନେତୃତ୍ୱ ନେବେ ନବୀନ 

୧୬ ପରିବର୍ତ୍ତେ ୧୫ରେ ବଲାଙ୍ଗୀର ଆସିବେ ମୋଦି 

Leave a Reply

Your email address will not be published.