ଏହି ବିଧିରେ କରନ୍ତୁ ଗଣେଶ ପୂଜା, ପୁରଣ ହେବ ମନୋକାମନା

ଆସନ୍ତା ୨ ତାରିଖ ସୋମବାର ଦିନ ପାଳିତ ହେବ ପବିତ୍ର ଗଣେଶ ଚତୁର୍ଥୀ । ଏହି ଦିନ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ବ୍ୟବସାୟ ପ୍ରତିଷ୍ଠାନ ପର୍ଯ୍ୟନ୍ତ ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କର ଆବାହନ ଓ ପୂଜାରେ ସମସ୍ତେ ଉତ୍ସବମୁଖର । ଘରେ ମଧ୍ୟ ଗଣେଶଙ୍କର ଏକ ଛୋଟ ମୂର୍ତ୍ତି ରଖି ପୂଜାର୍ଚ୍ଚନା କରାଯାଏ । ତେବେ ଶ୍ରୀ ଗଣେଶଙ୍କ ପୂଜା ପାଇଁ କିଛି ନିର୍ଦ୍ଦିଷ୍ଟ ବିଧି ରହିଛି, ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୁରଣ ହୋଇଥାଏ । ଆସନ୍ତୁ ଜାଣିବା –

୧- ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରିବା ପରେ ଫୁଲ ତୋଳନ୍ତୁ ଏବଂ କୌଣସି ଏକ ଭଲ ସ୍ଥାନରୁ କିମ୍ବା ମନ୍ଦିର ଭିତରୁ ୨୧ଟି ଦୁବ ଆଣନ୍ତୁ ।

୨- ବ୍ରାହ୍ମଣଙ୍କ ଦ୍ୱାରା ସଂକଳ୍ପ କରିବା ପରେ ଗଣେଶ ମୂର୍ତ୍ତିଙ୍କୁ ଫୁଲ, ଚାଉଳ କିମ୍ବା ନୂଆ କପଡ଼ାର ଆସନ ଉପରେ ଦକ୍ଷିଣ ଦିଗକୁ ମୁଖ କରି ସ୍ଥାପନା କରନ୍ତୁ ।

୩- ମୂର୍ତ୍ତିର ଡାହାଣ ପାଶ୍ୱର୍ରେ ତମ୍ବା କିମ୍ବା ରୁପା କଳସରେ ପାଣି ରଖନ୍ତୁ । ଏହି କଳସକୁ ଚାଉଳ କିମ୍ବା ଫୁଲ ଉପରେ ରଖିବା ଉଚିତ୍ । ବାମ ପାଶ୍ୱର୍ରେ ଘିଅ ଦୀପ ରଖନ୍ତୁ । ଏହି ଦୀପକୁ ମଧ୍ୟ ଫୁଲ କିମ୍ବା ଚାଉଳ ଉପରେ ରଖନ୍ତୁ ।

୪- ଫୁଲ ଓ ଦୁବ ଦେବା ସମୟରେ ଶ୍ରୀ ଗଣେଶଙ୍କର ୧୦ଟି ନାମ ଉଚ୍ଚାରଣ କରିନ୍ତୁ ଏବଂ ପ୍ରତି ଗୋଟିଏ ନାମ ଉଚ୍ଚାରଣ ସମୟରେ ଦୁଇଟି ଦୁବ ଚଢ଼ାନ୍ତୁ । ଶେଷରେ ରହିଥିବା ଗୋଟିଏ ଦୁବକୁ ବରଦା ଗଣେଶଙ୍କ ନାମରେ ଚଢ଼ାନ୍ତୁ ।

୫- ଗଣେଶଙ୍କୁ ଚନ୍ଦନ, ସିନ୍ଦୁର ଓ ଅକ୍ଷତ ସହିତ ପୂଜା ଓ ଆବାହନ କରନ୍ତୁ । କିନ୍ତୁ ମନେ ରଖନ୍ତୁ ଗଣେଶଙ୍କୁ ଆଦୌ ତୁଳସୀ ଚଢ଼ାନ୍ତୁ ନାହିଁ । ଗଣେଶଙ୍କ ଫଟୋ ଆଣି ପୂଜା କରୁଥିଲେ, ତାଙ୍କ ସହିତ ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ଚିତ୍ର ଥିବା ଫଟୋ ଆଣନ୍ତୁ ।

୬- ଯଦି ଆପଣଙ୍କ ପୂଜାଘରେ ପୂର୍ବରୁ ଗଣେଶ ମୂର୍ତ୍ତି କିମ୍ବା ଫଟୋ ରହିଛି, ତେବେ ଗଣେଷଙ୍କର ଅନ୍ୟ ମୂର୍ତ୍ତି କିମ୍ବା ଫଟୋ ଆଣନ୍ତୁ ନାହିଁ । ପୂଜା ଘରେ ଗୋଟିଏ ଠାକୁରଙ୍କ ଦୁଇଟି ମୂୂର୍ତ୍ତି ରହିବା ଶୁଭ ନୁହେଁ ।

୭ – ପୂଜା ସରିବା ପରେ ଗଣେଶଙ୍କୁ ୨୧ଟି ମୋଦକ ଭୋଗ ଲଗାନ୍ତୁ । ଲଡ଼ୁ ଭୋଗ କରୁଥିଲେ ମଧ୍ୟ ୨୧ଟି ଲଡ଼ୁ ହିଁ ଭୋଗ ଲଗାନ୍ତୁ । ଫଳ ଓ ଅନ୍ୟ ମିଠା ଜିନିଷ ମଧ୍ୟ ଭୋଗ ଲଗାଇପାରିବେ । ଗଣେଶ ପୂଜାରେ ଲାଲ୍ ରଙ୍ଗର ମହତ୍ୱ ଅଧିକ ଥାଏ । ତେଣୁ ଏ ପ୍ରତି ଧ୍ୟାନ ଦିଅନ୍ତୁ ।

୮- ଏହି ଦିନ ଭୁଲରେ ମଧ୍ୟ ଚନ୍ଦ୍ର ଦର୍ଶନ କରନ୍ତୁ ନାହିଁ ।

୯- ଦୁବ ସହିତ ଫୁଲ, ୫ଟି ଅଳେଇଚ, ପାନପତ୍ର, ଗୁଆ ଓ ନଡ଼ିଆ ଗଣେଶଙ୍କୁ ଅର୍ପଣ କରନ୍ତୁ । ୩, ୫, ୭ ଦିନ ପରେ ମୂର୍ତ୍ତି ବିସର୍ଜନ କରନ୍ତୁ । କିନ୍ତୁ ପ୍ରତ୍ୟେକ ଦିନ ଗଣେଶଙ୍କୁ ଲାଗି ହୋଇଥିବା ଫୁଲ ଓ ଦୁବ ବାହାର କରନ୍ତୁ । ନୂଆ ଫୁଲ ଓ ଦୁବକୁ ପୂର୍ବଭଳି ବିଧି ସହିତ ଗଣେଶଙ୍କୁ ଚଢ଼ାନ୍ତୁ । 

Leave a Reply

Your email address will not be published.