୫୦୦ ଗାଁରେ ପ୍ରାଣୀସମ୍ପଦ ବିକାଶ ପାଇଁ ସଚେତନତା ବଢ଼ାଇଲା ଫୁଲରଟନ୍‌ ଇଣ୍ଡିଆ

ଭୁବନେଶ୍ୱର, (ଓଟି): ଦେଶର ୫୦୦ରୁ ଅଧିକ ଗାଁରେ ଏକ ସମୟରେ ଆୟୋଜନ ହୋଇଛି ପ୍ରାଣୀସମ୍ପଦ ବିକାଶ ଦିବସ । ଫୁଲର୍‍ଟନ୍‍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬୮,୦୦୦ ପ୍ରାଣୀ ଏବଂ ୨୧,୦୦୦ରୁ ଅଧିକ ପ୍ରାଣୀ ପାଳନକାରୀ ଉପକୃତ ହୋଇଥିଲେ । ଗତ ୪ ବର୍ଷ ହେଲା ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛଇ ଏବଂ ଏହି କାର୍ଯ୍ୟକ୍ରମ ଦ୍ୱାରା ୨ଲକ୍ଷ ପ୍ରାଣୀ ଏବଂ ୫୦ହଜାରରୁ ଅଧିକ ପ୍ରାଣୀ ପାଳନକାରୀ ଉପୃତ ହୋଇଥିବା ଫୁଲର୍‍ଟନ୍‍ ପକ୍ଷରୁ କୁହାଯାଇଛି ।


ଏହି ଅଭିଯାନ ବିଷୟରେ ଫୁଲରଟନ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦେଶିକା ରାଜଶ୍ରୀ ନାମ୍ବିୟାର କହିଛନ୍ତି ଯେ, “ଏକ ବ୍ୟବସାୟୀ ସଂସ୍ଥା ଭାବେ ଆମେ ଉପେକ୍ଷୀତ ବର୍ଗଙ୍କ ଆର୍ଥିକ ଆବଶ୍ୟକତା ପାଇଁ ସେବା ଯୋଗାଇ ଦେଉଛୁ ଏବଂ ସେମାନେ ସାମ୍ନା କରୁଥିବା ସମସ୍ୟା ବିଷୟରେ ଜାଣିଛୁ । ତେଣୁ, ଆମର ଅଧିକାଂଶ କାର୍ଯ୍ୟକ୍ରମ ଗ୍ରାମୀଣ ଗୋଷ୍ଠୀର ଜୀବିକାରେ ଉନ୍ନତି, ସେମାନଙ୍କ ଆୟ ସ୍ରୋତ ବଢ଼ାଇବା ଏବଂ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରୁଛି । ଆଭ୍ୟନ୍ତରୀଣ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ପଶୁ ସମ୍ପଦ ବହୁତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ପ୍ର୍ତି ସଚେତନତା ବଢ଼ାଇବା ଏବଂ ଯତ୍ନ ନେଇ ନିରନ୍ତର ବିକାଶ ହାସଲ କରିବା ନିମନ୍ତେ ପଶୁ ବିକାଶ ଦିବସର ଆୟୋଜନ କରାଯାଇଛି ।


ଏ ସମ୍ପର୍କରେ ଫୁଲରଟନ୍ ଇଣ୍ଡିଆର ମହାପ୍ରବନ୍ଧକ ତଥା ମାର୍କେଟିଂ ଆଣ୍ଡ୍ କ୍ରସ୍ ସେଲ୍ ମୁଖ୍ୟ ଶିଳ୍ପା ଦେଶାଇ କହିଛନ୍ତି ଯେ, “୨୦୧୪ରେ ଆମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ ଏବଂ ଏହାକୁ ହୃଦୟର ସହିତ ଲୋକମାନେ ଗ୍ରହଣ କରିଛନ୍ତି । ପ୍ରାଣୀ ବିକାଶ ଦିବସ ହେଉଛି ଏକ ଦିନିକିଆ ପଶୁ ସମ୍ପଦ ଯତ୍ନ ଶିବିର କାର୍ଯ୍ୟକ୍ରମ ଯାହାକୁ ସର୍ବଭାରତୀୟ ସ୍ତରରେ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି ଯେଉଁଥିରେ ଆମର କର୍ମଚାରୀମାନେ ଗ୍ରାମୀଣ ସମ୍ପ୍ରଦାୟ ସହ ଯୋଡ଼ି ହୋଇ ଏହାକୁ ସଫଳ କରୁଛନ୍ତି । ଆମର ଉଦ୍ୟମ ଏବଂ ଆମେ ସ୍ଥାନୀୟ ଗୋଷ୍ଠୀ ଠାରୁ ପାଉଥିବା ସମର୍ଥନ ଏହାକୁ ଅନ୍ୟତମ ଭିନ୍ନ ଧରଣର ଅଭିଯାନରେ ପରିଣତ କରିଛି ଯାହା ଜରିଆରେ ଏହା ସମାଜ ସହିତ ସମ୍ପର୍କ ବଢ଼ାଇବାରେ ଆମ ପାଇଁ ଆହୁରି ସହାୟତ ହୋଇପାରିଛି ।’’


୨୦୧୪ରୁ ପ୍ରାଣୀ ବିକାଶ ଦିବସ ଆୟୋଜନ ଆରମ୍ଭ କରାଯାଇଥିଲା । ଏହା ପରେ ଏହାକୁ ୨୦୧୫ ଓ ୨୦୧୮ରେ ଆୟୋଜନ କରାଯାଇଥିଲା । ଗୋଟିଏ ଦିନରେ ଏତେ ଅଧିକ ପରିମାଣର ପ୍ରାଣୀ ସମ୍ପଦ ଯତ୍ନ ଶିବିର ଆୟୋଜନ କରିଥିବାରୁ ଫୁଲରଟନ୍ ଇଣ୍ଡିଆକୁ ୨୦୧୫ ଲିମକା ବୁକ ଅଫ ରେକର୍ଡସରେ ସ୍ଥାନ ମିଳିଥିଲା । ୨୦୧୮ରେ ଏହି ଅଭିଯାନକୁ ବେଷ୍ଟ ଅଫ ଇଣ୍ଡିଆ ରେକର୍ଡରେ ସ୍ଥାନ ମିଳିଥିଲା ।

Leave a Reply

Your email address will not be published.