ଭୁବନେଶ୍ଵରରେ ବି କୋହଳ ହେଲା #lockdown: ଜାଣନ୍ତୁ କେଉଁ ଦୋକାନସବୁ ଖୋଲା ରହିବ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଗତ ଦୁଇ ସପ୍ତାହ ହେଲା ଭୁବନେଶ୍ଵର ମହାନଗର ଅଞ୍ଚଳରେ କୌଣସି ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରା ନଯିବା ପ୍ରଶାସନ ଓ ରାଜଧାନୀବାସୀଙ୍କ ପାଇଁ ସାମାନ୍ୟ ଆଶ୍ଵାସନା ଆଣିଛି। ଏହାକୁ ଆଖିରେ ରଖି ଭୁବନେଶ୍ଵର ମହାନଗର ନିଗମ ଏଠାରେ କୋଭିଡ୍-୧୯ ଲକ୍ଡାଉନ୍ କଟକଣାକୁ ସାମାନ୍ୟ କୋହଳ କରିବାକୁ ଘୋଷଣା କରିଛନ୍ତି। ଗୃହ ମନ୍ତ୍ରଣାଳୟଙ୍କ ଏପ୍ରିଲ୍ ୧୫ ତାରିଖ ବିଜ୍ଞପ୍ତି ଅନୁସାରେ କ୍ଷମତାପ୍ରାପ୍ତ ବିଏମ୍ସି କମିଶନର ଏଠାରେ ସର୍ତ୍ତମୂଳକ ଭାବେ ବିଭିନ୍ନ ସେବା ଓ ବିକ୍ରୟ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ଘୋଷଣା କରାଯାଇଛି।
ଏଠାରେ ନଜର ପକାନ୍ତୁ କ’ଣ ସବୁ ବୁଧବାରଠାରୁ ଖୋଲା ରହିବ। ଆପଣଙ୍କ କେଉଁ ବ୍ୟବସାୟ ଖୋଲା ରହିବ ଆଉ କେଉଁଟି ବନ୍ଦ।
- ସଉଦା, ପନିପରିବା, ମାଛ ମାଂସ, ଅଣ୍ଡା ବିକ୍ରି କରୁଥିବା ଦୋକାନ ସମେତସାର, ବିହନ, କୀଟ ନାଶକ, ପ୍ରାଣୀ ଆହାର ତଥା ଘରେ ବ୍ୟବହାର କରାଯାଉଥିବା ସମସ୍ତ ସାମଗ୍ରୀ ବିକ୍ରୀ କରୁଥିବା ଦୋକାନ ଯେମିତି ସାବୁନ, ବିଶୋଧନ, ସାମ୍ପୁ, ଚଟାଣ ସଫା କେମିକାଲଏ ଟିସୁ ପେପର, ଚାର୍ଜର, ଡାଇପର ସବୁ ଦୋକାନରେ ବିକ୍ରି ଚାଲୁ ରହିବ।
- ଦ୍ଵିତୀୟରେ ଆବାସିକ ଅଞ୍ଚଳରେ ଥିବା ସମସ୍ତ ଦୋକାନ, ଏକକ ଦୋକାନ ଖୋଲା ରହିବ। କିନ୍ତୁ ସେମାନେ ୫୦ ପ୍ରତିଶତ ଷ୍ଟାଫ୍ରେ ଚଳାଇବେ। ମାର୍କେଟ୍ କମ୍ପେ୍ଲକ୍ସ ଖୋଲା ରହିବ ନାହିଁ। ଯେଉଁ ଅଞ୍ଚଳରେ ୫ରୁ ଅଧିକ ଦୋକାନ ଥିବ ତାହାକୁ ମାର୍କେଟ୍ କମ୍ପେ୍ଲକ୍ସ ଭାବେ ବିବେଚନା କରାଯିବ। ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ଅନ୍ର କୌଣସି ଦୋକାନ ଖୋଲା ରହିବ ନାହିଁ।
- ଯେଉଁ ଦୋକାନସବୁ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରନିକ ସାମଗ୍ରୀ ମରାମତି କରୁଛନ୍ତି ସେସବୁ ଖୋଲା ରହିବ। ଫ୍ୟାନ୍, ଏସି, କୁଲର ମରାମତି ଦୋକାନ ଖେଶଲା ରହିବ। ସମସ୍ତ ଗାଡ଼ି ମରାମତି ଦୋକାନ, ଗାଡ଼ି ପାଟ୍ସ ବିକୁଥିବା ଦୋକାନ ଖେଶଲା ରହିବ।
- ବହି ଖାତା, ବିକ୍ରି କରୁଥିବା ଦୋକାନ ଖୋଲା ରହିବ।
- ଅର୍ଥନୀତିକ କାରବାରକୁ ଚାଲି ରଖିବା ଲାଗି ସରକାର ସମସ୍ତ ଆର୍ଥିକ ନେଣଦେଣ ସଂସ୍ଥା ଉପରେ ଲାଗିଥିବା ପ୍ରତିବନ୍ଧକ ଉଠାଇଛନ୍ତି। ସମବାୟ ସଂସ୍ଥାଠୁ ଆରମ୍ଭ କରି ବ୍ୟାଙ୍କ, ଏଟିଏମ୍, ବୀମା, ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ଅନୁଷ୍ଠାନ ସବୁକିଛି ଖୋଲା ରହିବ।ଏଟିଏମ୍ ସେବା ଯୋଗାଉଥିବା ଏଜେନ୍ସୀ, ଡିଟିଏଚ୍, କେବଲ୍ ଟିଭି ସେବା, ଇଣ୍ଟନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଖେଶଲା ରହିବେ।
- ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ପେଟେଆଲ୍ ପମ୍ପ, ଗ୍ୟାସ୍, କିରୋସିନ୍, ସିଏନ୍ଜି, ଏଲ୍ପିଜି ଦୋକାନ ଖୋଲା ରହିବ। ପୋଷ୍ଟ ଅଫିସ, ଟେଲିଫୋନ୍, ଇଣ୍ଟରନେଟ୍ ସେବା ଯୋଗାଉଥିବା ସଂସ୍ଥା ଖୋଲା ରହିବ।
- ପୂର୍ବଭଳି ତେଜରାତି, ପନିପରିବା, କ୍ଷୀର, ମେଡିସିନ୍, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ। ସେହିପରି ଡାଇନିଂ ବ୍ୟବସ୍ଥା ନ ଯୋଗାଇ ଘରକୁ ଡେଲିଭର କରୁଥିବା ହୋଟେଲ୍, ଢାବା ବି ଖୋଲା ରହିବ।
- କୋରିୟର ସେବା ଖୋଲା ରହିବ। ଅନ୍ଲାଇନ୍ରେ ଏଣିକି ଆପଣ ଖରିଦ୍ କରିପାରିବେ ବା ବିକ୍ରି କରିପାରିବେ।
- ହୋଟେଲ, ଲଜିଂ, ମୋଟେଲ୍ ଯେଉଁମାନେ ଲକ୍ଡାଉନନ୍ ସମୟରେ ଯାତ୍ରୀଙ୍କୁ ରଖିଥିଲେ, ଯେଉଁମାନେ ମେଡିକାଲ୍ ଷ୍ଟାଫ୍, ବିମାନ ବା ଜାହାଜ ସଦସ୍ୟଙ୍କୁ ରଖିୁଛନ୍ତି ସେମାନେ ଖୋଲା ରହିବେ।
- ଘର ଓ ଦପ୍ତର ଜଗୁଥିବା ସିକ୍ୟୁରିଟି ସଂସ୍ଥା ଖୋଲା ରହିବେ।
- ଫ୍ୟାନ୍, ଏସି, କୁଲର, ମୋବାଇଲ୍ ଫୋନ୍, କମ୍ପ୍ୟୁଟର, ସରଞ୍ଜାମ ମରାମତି କରୁଥିବା ଦୋକାନ ଖୋଲା ରହିବ। ଏହି କ୍ଷେତ୍ରରେ କାମ କରୁଥିବା ପ୍ରଫେସନାଲ୍, ମିସ୍ତ୍ରୀ, ଟେକ୍ନିସିଆନ୍ଙ୍କୁ ମଧ୍ୟ ଯାତାୟାତର ଅନୁମତି ମିଳିବ।
- ସିମେଣ୍ଟ, ଲୁହାଛଡ଼, ଗୋଡ଼ି, ବାଲି ବିକୁଥିବା ଦୋକାନ ଖୋଲା ରହିବ।
- କୃଷି, ପ୍ରାଣୀପାଳନ, ମତ୍ସ୍ୟଚାଷ ଏବଂ ଏହା ସହ ଜଡ଼ିତ ସମସ୍ତ ଅଙ୍ଗ ନିରନ୍ତର ଭାବେ ଆଗକୁ ଚାଲିବାର ପ୍ରୟାସ କରାଯାଇଛି।
- ଯେଉଁ ନିର୍ମାଣାଧୀନ କ୍ଷେତ୍ରରେ ଶ୍ରମିକ ଓ ମିସ୍ତ୍ରୀ ରହିଛନ୍ତି ଏବଂ କାର୍ଯ୍ୟ ପାଇଁ ବାହାରୁ ମଜୁରିଆଙ୍କୁ ଆସିବାକୁ ପଡ଼ିବ ନାହିଁ ସେଠାରେ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି। ଘରୋଇ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ସୋଶାଲ୍ ଡିଷ୍ଟାନ୍ସିଂ ଏବଂ ହିଟ୍ଓ୍ବେଭ୍ ଗାଇଡ୍ଲାଇନ୍ ମାନିବାକୁ ହେବ। ସେହିପରି ରାସ୍ତାଘାଟ, କୋଡଠାବାଡ଼ି, ସେତୁ ନିର୍ମାଣକୁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି। କିନ୍ତୁ ଏହି କ୍ଷେତ୍ରରେ ବାହାରୁ ଶ୍ରମିକଙ୍କୁ ଆଣିବା ପ୍ରତିବନ୍ଧକ ରହିଛି।
- ରାଜ୍ୟର ବିଭିନ୍ନ ସହର ଏବଂ ଗ୍ରାମାଞ୍ଚଳରେ ଏପ୍ରିଲ୍ ୨୦ ତାରିଖରୁ ଏହି ନିୟମ ପାଳନ କରାଯାଉଛି କିନ୍ତୁ ଯେହେତୁ ଭୁବନେଶ୍ଵରରେ କୋଭିଡ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିଲା ସେଥିଲାଗି ଏହା ରେଡ୍ ଜୋନ୍ରେ ରହିଥିଲା। ଏଣୁ ଏ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇ ନୀତି ଅନୁସାରେ ଦୋକାନ ବଜାର ଏବଂ ବାଣିଜ୍ୟିକ କାରବାର ଓ ସେବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା।
ପ୍ରତିବନ୍ଧକ ଥିବା ଦୋକାନ
କେଉଁ ଦୋକାନ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଖେଶଲିବାକୁ ଅନୁମତି ପାଇ ନାହିଁ ତାହାର ଏକ ତାଲିକା ବି ବିଲମ୍ସି ଜାରି କରିଛନ୍ତି। ସେଥିରେ ରହିଛି:
- ସମସ୍ତ ମାର୍କେଟ୍ କଂପ୍ଲେକ୍ସ, ବହୁ ବ୍ରାଣ୍ଡ ବା ଏକକ ବ୍ରାଣ୍ଡ ଶପିଂ ମଲ
- ଜିମ୍, ଗେମ୍ ପାର୍ଲର, ସାଲୋନ, ସ୍ପା, ମସାଜ୍ ସେଣ୍ଟର
- ସମସ୍ତ ପାନ, , ଚା’, ଜୁସ୍, ଟିଫିନ୍ ଦୋକାନ
ଏପ୍ରିଲ୍ ୧୪ ତାରିଖରେ ଭୁବନେଶ୍ଵରରେ ଶେଷଥର ପାଇଁ ଜଣେ କୋଭିଡ୍-୧୯ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେ ବମିଖାଲ ଅଞ୍ଚଳର ଥିଲେ। ତାଙ୍କର ପୂର୍ବ ସମ୍ପର୍କିତଙ୍କ ସମ୍ପର୍କ ଥିବା ପ୍ରଶାସନ କହିଥିଲା। ଏହାପରେ କୌଣସ ରୋଗୀ ନୂଆକରି ଚିହ୍ନଟ ହୋଇନାହିଁ। ଏବେ ରାଜଧାନୀରୁ ଚିହ୍ନଟ ହୋଇଥିବେ ୪୬ ରୋଗୀଙ୍କ ଭିତରୁ ୧୯ଜଣ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଆଶା କରାଯାଉଛି ସେମାନଙ୍କ ଭିତରୁ ଅଧିକାଂଶକୁ ଏବେ ଘରକୁ ସୁସ୍ଥ ଘେଶଷଣା କରାଯାଇ ପଠାଯିବ। ଏ ଭିତରେ ୨୬ ଜଣଙ୍କୁ ସୁସ୍ଥ କରାଯାଇ ଘରକୁ ପଠାଯାଇଛି। ଜଣଙ୍କ ମୃତ୍ୟୁ ହୋଇଛି ।