ଅଜବ : ରାହୁଲଙ୍କଠାରୁ ଦାବି କଲେ ଫ୍ରି-ସେକ୍ସ ପ୍ରତିଶ୍ରୁତି

ଆଗାମୀ ଲୋକସଭା ନିର୍ବାଚନରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ବିଭିନ୍ନ ପ୍ରକାରର ନିର୍ବାଚନୀ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। ରାହୁଲଙ୍କ ଏହି ଢ଼ଙ୍ଗକୁ ଲକ୍ଷ୍ୟ କରି ପ୍ରଖ୍ୟାତ ସାମାଜିକ କର୍ମୀ ମଧୁ କିଶ୍ୱାର ଅଜବ ପ୍ରତିଶ୍ରୁତି ଦେବାକୁ ଦାବି କରିଛନ୍ତି। ତାଙ୍କର ଏହି ଦାବି ପ୍ରକାଶ ପାଇବା ପରେ ସାମାଜିକ ମିଡ଼ିଆରେ ବିତର୍କ ଆରମ୍ଭ ହୋଇଯାଇଛି।

ନିକଟରେ ସାମାଜିକ କର୍ମୀ ମଧୁ କିଶ୍ୱାରଙ୍କ ଏକ ଟୁଇଟ୍କୁ ନେଇ ସୋସିଆଲ ମିଡିଆରେ ଝଡ଼ ଆରମ୍ଭ ହୋଇଯାଇଛି। ମଧୁ ଏକ ଟୁଇଟ୍ରେ, ରାହୁଲ ନିର୍ବାଚନୀ ରାଲିରେ ଦେଉଥିବା ପ୍ରତିଶ୍ରୁତିକୁ ଟିପ୍ପଣୀ କରିଛନ୍ତି। ମଧୁ ନିଜର ଏକ ଟୁଇଟରେ ଜଣେ ୟୁଜରଙ୍କୁ ଉତ୍ତର ଦେବାକୁ ଯାଇ କହିଛନ୍ତି, ସେହି ସମୟକୁ ଅପେକ୍ଷା କର ଯେତେବେଳେ ରାହୁଲ ଗାନ୍ଧି ସମସ୍ତ ବୟସ୍କଙ୍କ ଲାଗି ବର୍ଷର କିଛି ଦିନ ଫ୍ରି ସେକ୍ସର ପ୍ରତିଶ୍ରୁତି ଦେବେ।

ମଧୁଙ୍କ ଏହି ଟୁଇଟକୁ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଲୋକ ଲଗାତାର ଏହାକୁ ନେଇ ବୟାନବାଜି ଆରମ୍ଭ କରିଦେଇଛନ୍ତି। ତେବେ ଏହା ପୂର୍ବରୁ ଅନେକ ଥର ମଧୁ କିଶ୍ୱାର ଏମିତି ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଛନ୍ତି ଯାହାକୁ ନେଇ ଅନେକ ତର୍କ ବିତର୍କ ହୋଇଛି।

Leave a Reply

Your email address will not be published. Required fields are marked *