ଯାଜପୁରର ୪ ପଞ୍ଚାୟତ ଅବରୋଧ

ଯାଜପୁର(ଓଟି): ରାଜ୍ୟରେ ଗୋଟିଏ ଦିନରେ ପର୍ଯ୍ୟାୟ କ୍ରମେ ୧୩ଟି କରୋନା ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିବା ପରେ ସବୁଆଡ଼େ ଭୟ ଖେଳି ଯାଇଛି। ସରକାର ଓ ସମ୍ପୃକ୍ତ ଅଞ୍ଚଳର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ ତ୍ଵରିତ୍‌ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହିକ୍ରମରେ କେବଳ ଯାଜପୁରରେ ୫ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି ଏବଂ ଜିଲ୍ଲାର ୪ଟି ପଞ୍ଚାୟତକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ସୂଚନା ଅନୁସାରେ ବାସୁଦେବପୁର, ପଣଷା ପଞ୍ଚାୟତ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସେହିପରି ବିରଜାପୁର ଓ ମୁକୁନ୍ଦପୁର ପଞ୍ଚାୟତକୁ ମଧ୍ୟ ଅବରୋଧ ଅଞ୍ଚଳ ଭିତରେ ରଖାଯାଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହିପରି ତ୍ଵରିତ୍‌ ପଦକ୍ଷେପ ନିଆଯାଇଛି। ସମ୍ପୃକ୍ତ ଅଞ୍ଚଳଗୁଡ଼ିକୁ ପ୍ରବେଶ-ପ୍ରସ୍ଥାନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଉଲ୍ଳେଖଯୋଗ୍ୟ ଯେ   ସମସ୍ତ ୫ ଆକ୍ରାନ୍ତଙ୍କ କୋଲକାତା ସହ ଲିଙ୍କ ଥିବା ଜଣାପଡ଼ିଛି।

Leave a Reply

Your email address will not be published.