ଓଡିଶାର ଚାରି ଜଣ ପିଲାଙ୍କୁ ମିଳିବ ଜାତୀୟ ସାହାସିକତା ପୁରସ୍କାର

ଭାରତୀୟ ବାଲ କଲ୍ୟାଣ ପରିଷଦ ପକ୍ଷରୁ ୬୨ ତମ ଜାତୀୟ ସାହାସିକତା ପୁରସ୍କାର ୨୦୧୮ ଘୋଷଣା ହୋଇଛି। ସାଧରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଏହି ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିବେ। ମୋଟ୍ ୨୧ ଜଣଙ୍କୁ ମିଳିବ ଏହି ପୁରସ୍କାର। ସେମାନଙ୍କ ମଧ୍ୟରେ ୮ଜଣ ଝିଅ ଥିବାବେଳେ ୧୩ଜଣ ପୁଅ ଅଛନ୍ତି। ଓଡ଼ିଶାରୁ ୪ ଜଣ ପିଲା ପାଇବେ ପୁରସ୍କାର। ‘ନାସନାଲ୍ ଆଓ୍ଵାର୍ଡସ୍ ଫର୍ ବ୍ରେଭେରି ଫର୍ ଚିଲଡ୍ରେନ୍’ ବା ଜାତୀୟ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଓଡିଶା ଦୁଇ ଜଣ ଝିଅଏବଂ ୨ଜଣ ପୁଅ। ସେମାନେ ହେଲେ ସିତୁ ମଲିକ, ଝିଲି ବାଗ, ରଞ୍ଜିତା ମାଝୀ ଏବଂ ବିଶ୍ବଜିତ୍ ପ୍ରଧାନ। ସିତୁ ମଲ୍ଲିକ ତାଙ୍କ ମାଆଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇଥିଲେ। ବିଶ୍ବଜିତ୍ ପୁହାଣ ତାଙ୍କ ଭଉଣୀଙ୍କୁ ପାଣିରେ ବୁଡି ଯିବାବେଳେ ବଞ୍ଚାଇ ଥିଲେ। ଝିଲି ବାଗ କୂଅରେ ପଡିଥିବା ଉଭଣୀକୁ ଉଦ୍ଧାର କରିଥିଲେ। ନାବାଳିକା ରଞ୍ଜିତା ମାଝୀ ନିଜ ବିବାହକୁ ରୋକିବାରେ ସଫଳତା ପାଇଥିଲେ।

ଦେଶର କୌଣସି ରାଜ୍ୟରୁ ମନୋନୀତ ହୋଇଥିବା ପିଲାମାନଙ୍କ ମଧ୍ୟରେ ଓଡିଶାର ସର୍ବାଧିକ ୪ଜଣ ପୁରସ୍କାର ପାଇବେ। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଦେଶର ଏହି ସାହସୀ ପିଲାମାନଙ୍କୁ ନୂଆଦିଲ୍ଲୀଠାରେ ପୁରସ୍କାର ପ୍ରଦାନ କରାଯିବ। ୧୯୫୮ ମସିହା ଫେବ୍ରୁଆରୀ ୪ ତାରିଖରେ ପ୍ରଥମ କରି ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଦୁଇ ଜଣ ପିଲାଙ୍କୁ ସାହସ ଓ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରିଥିଲେ। ସେବେଠାରୁ ‘ଆଇସିସିଡବ୍ଲୁ’ ପ୍ରତିବର୍ଷ ପିଲାମାନଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରି ଆସୁଛି। ଆସନ୍ତା ୨୨ ତାରିଖରେ ରାଷ୍ଟ୍ରପତି ଏହି ସାହସୀ ପିଲାଙ୍କୁ ପୁରସ୍କୃତ କରିବାକୁ ଥିବା ବେଳେ ୨୩ରେ ପ୍ରଧାନମନ୍ତ୍ରୀ ଏମାନଙ୍କୁ ସମ୍ମାନିତ କରିବେ ।

Leave a Reply

Your email address will not be published.