ଭଦ୍ରକରେ ୪ ନୂଆ କରୋନା ପଜିଟିଭ୍, ନଜର ପକାନ୍ତୁ ରାଜ୍ୟରେ କରୋନା ସ୍ଥିତି କ’ଣ ରହିଛି
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭଦ୍ରକ ଜିଲ୍ଲାରେ ପୁଣି ୪ଜଣ ଶରୀରରେ କରୋନା ଭୁତାଣୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ଜିଲ୍ଲାର ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ଏହି ତିନିଦିନ ଭିତରେ ଭଦ୍ରକ ସଂଖ୍ୟା ୩ରୁ ୧୬କୁ ବୃଦ୍ଧି ପାଇଁ। ଏଥିରୁ ୨ଜଣ ରୋଗୀ ସୁସ୍ଥ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଏହି ୪ କରୋନା ଭାଇରସ ପଜିଟିଭ୍ଙ୍କ ଭିତରୁ ସମସ୍ତେ ପୁରୁଷ ରୋଗୀ। ଜଣଙ୍କ ବୟସ ୪୦ ହୋଇଥିବା ବେଳେ ଅନ୍ୟମାନେ ଯଥାକ୍ରମେ ୨୯, ୪୧, ୨୪ ବର୍ଷୀୟ ରୋଗୀ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ଏଥିରୁ ଦୁଇଜଣ ତିହିଡ଼ି ବ୍ଲକ୍ର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଧାମନଗର ବ୍ଲକ୍ର। ଏ ସମସ୍ତେ କିଛିଦିନ ତଳେ ପଶ୍ଚିମବଙ୍ଗରୁ ଫେରିଛନ୍ତି। ତେବେ ସେମାନଙ୍କ ଗସ୍ତ ବିବରଣୀ ସମ୍ପର୍କରେ କୌଣସି ସୂଚନା ଏଯାଏ ମିଳି ନାହିଁ।
ଭଦ୍ରକର ଏହି ଚାରଜଣଙ୍କ ବ୍ୟତୀତ ଆଜି ସକାଳେ ଯାଜପୁରରୁ ଅନ୍ୟଜଙ୍କୁ ଚିହ୍ନଟ କରାଯାଇଥିଲା। ଏହି ସଂଖ୍ରଶ ଦ୍ଵାରା ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତ ଚିହ୍ନିତଙ୍କ ସଂଖ୍ୟା ୯୪ ହୋଇଛି। ସେଥିରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ଜଣ ସୁସ୍ଥ ହୋଇଛନ୍ତି। ୬୦ଜଣ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସାଧୀନ ରହିଥିବା ଦର୍ଶାଯାଇଛି।
ନଜର ପକାନ୍ତୁ ଆଜି ସନ୍ଧ୍ୟା ବେଳେ ରାଜ୍ୟରେ କରୋନା ସ୍ଥିତି।
ରାଜ୍ୟରେ କରୋନା ସ୍ଥିତି ସନ୍ଧ୍ୟା୫ଟା, ୨୪ ଏପ୍ରିଲ୍୨୦୨୦
| ଜିଲ୍ଲା | ୨୪ ଏପ୍ରିଲ୍ ସ୍ଥିତି | ସୁସ୍ଥ | ଆକ୍ରାନ୍ତ |
| ଖୋର୍ଦ୍ଧା | ୪୬ | ୨୨ | ୨୩ |
| ବାଲେଶ୍ଵର | ୧୦ | ୦ | ୧୦ |
| ଭଦ୍ରକ | ୧୬ | ୨ | ୧୪ |
| ଯାଜପୁର | ୧୨ | ୧ | ୧୧ |
| ସୁନ୍ଦରଗଡ଼ | ୩ | ୨ | ୧ |
| କେନ୍ଦ୍ରାପଡ଼ା | ୨ | ୧ | ୧ |
| କଳାହାଣ୍ଡି | ୨ | ୨ | ୦ |
| ପୁରୀ | ୧ | ୧ | ୦ |
| କଟକ | ୧ | ୧ | ୦ |
| ଢେଙ୍କାନାଳ | ୧ | ୧ | ୦ |
| ସମୁଦାୟ | ୯୪ | ୩୩ | ୬୦ |
- ଜଣଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ଵରର ଏମ୍ସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳର
ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ











