ପାଳ ଘର ନିଆଁ: ଆଲୋକ ବି ଆଖି ବୁଜିଲା
ଭୁବନେଶ୍ଵର (ଓଟି): ପିଲାଖେଳକୁ ଦୈବ ସହିଲା ନାହିଁ। ପାଳରେ ଘରକରି ଖେଳୁଥିଲେ ପିଲାମାନେ। ହଠାତ୍ ନିଆଁ ଲାଗିଯିବାରୁ ସମସ୍ତେ ପୋଡ଼ି ହୋଇଯାଇଥିଲେ। ପ୍ରଥମେ ପୋଲସରା ସିଏଚସି ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ୩ ପିଲା ପ୍ରାଣ ହରାଇଥିବାବେଳେ ଗୁରୁତର ଅବସ୍ଥାରେ ଆଲାକକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଲୋକ ରବିବାର ରାତି ପ୍ରାୟ ସାଢ଼େ ୮ଟା ବେଳକୁ ସବୁଦିନ ପାଇଁ ଆଖି ବୁଜିଦେଇଥିଲା।
ଫଳରେ ପୋଲସରା ପିଲାଙ୍କ ପାଳଘର ଖେଳ ନିଆଁରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଲା।
ତେବେ ଏଭଳି ଅଭାବନୀୟ ଘଟଣା ଲାଗି ବୁଦ୍ଧିଜୀବୀମାନେ ଚିନ୍ତାପ୍ରକଟ କରିବା ସହ ମା‘ବାପା ତଥା ଅଭିଭାବକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି।











