ସିଭିଲ୍‌ ସର୍ଭିସ୍‌ରେ ନୂଆ ନିୟମ: ଫାଉଣ୍ଡେସନ୍‌ କୋର୍ସ ଅନୁସାରେ ମିଳିବ ଆଇଏଏସ୍‌, ଆଇପିଏସ୍‌ ବା ଆଇଏଫ୍‌ଏସ୍‌

ଭୁବନେଶ୍ଵର, (ଓଟି): ଏଣିକି କେବଳ ୟୁପିଏସ୍‌ସି ଦ୍ଵାରା ନିର୍ଦ୍ଧାରିତ ପରୀକ୍ଷାରେ ଭଲ ମାର୍କ ରଖିଲେ ଆଏଏସ୍‌ ମିଳିବ ତାହା ନୁହେଁ। ସିଭିଲ୍‌ ସର୍ଭିସ୍‌ରେ ପରୀକ୍ଷାରେ ଉତ୍ତୀଣ୍ଣ ହେଉଉଥିବା ପରୀକ୍ଷାର୍ଥୀଙ୍କୁ ପରବର୍ତ୍ତୀ ସମୟରେ ହେଉଥିବା ଫାଉଣ୍ଡେସନ୍‌ କୋର୍ସରେ ବି ଭଲ ନମ୍ବର ରଖି ଉତ୍ତୀଣ୍ଣ ହେବାକୁ ପଡ଼ିବ। ନହେଲେ ଆପଣଙ୍କ ସର୍ଭିସ୍‌ ଆଲଟ୍‌ମେଣ୍ଟ ବଦଳିପାରେ। ଅର୍ଥାତ୍‌ ଏବେଠାରୁ ସିଭିଲ୍‌ ସର୍ଭିସ ପରୀକ୍ଷାରେ ଉତ୍ତୀଣ୍ଣ ହେଉଥିବା ପ୍ରାର୍ଥୀ ଆଇଏଏସ୍‌ରେ ଯିବେ ନା ଆଇପିଏସ୍‌ରେ ଅଥବା ଆଏଫ୍‌ଏସ୍‌ ବର୍ଗରେ ତାହା ନିଣ୍ଣୟ କରିବାରେ ଫାଉଣ୍ଡେସନ୍‌ କୋର୍ସର ଭୂମିକା ଗୁରୁତ୍ଵପୂଣ୍ଣ ହେବ।

ଏଭଳି ଏକ ବିଜ୍ଞପ୍ତି ଜାରି କରିଛନ୍ତି ଭାରତ ସରକାରଙ୍କ କାର୍ମିକ ବିଭାଗ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦେଶକୁ ପାଳନ କରିବାକୁ ଯାଇ ଏହି ବିଜ୍ଞପ୍ତି ଜାରି କରାଯାଇଛି। ପ୍ରାର୍ଥୀମାନଙ୍କ ଭିତରେ ପ୍ରତିଦ୍ଵନ୍ଦ୍ଵିତା ବଢ଼ାଇବା ତଥା ଫାଉଣ୍ଡେସନ୍‌ କୋର୍ସକୁ ଅଧିକ ଗୁରୁତ୍ଵପୂଣ୍ଣ କରିବା ଲକ୍ଷ୍ୟରେ ଏହି ନିୟମ କାର୍ଯ୍ୟକାରୀ କରାଯାଇଛି ।

ଏହି ବିଜ୍ଞପ୍ତି ଅନୁସାରେ ପ୍ରେବେସନ୍‌ରେ ଥିବା ଅଧିକାରୀଙ୍କ ଲାଗି ଫାଉଣ୍ଡେସନ୍‌ କୋର୍ସ ଅଧିକ ଗୁରୁତ୍ଵପୂଣ୍ଣ ହୋଇଛି। ସେମାନଙ୍କ ଫାଉଣ୍ଡେସନ୍‌ କୋର୍ସ ଶେଷରେ ଯେଉଁ ପରୀକ୍ଷା ହେବ ତାହାର ଗୁରୁତ୍ଵ ସେମାନଙ୍କ ସେବା ଆବଣ୍ଟନରେ ରହିବ। ଏହା ୧୦ ପ୍ରତିଶତ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ପୂର୍ବରୁ ୟୁପିଏସ୍‌ସି ଦ୍ଵାରା ପରିଚାଳିତ ପରୀକ୍ଷା ଉଭୟ ଲିଖିତ, ମୌଖିକ ଏବଂ ଗୋଷ୍ଠୀ ଆଲୋଚନାରେ ଉତ୍ତୀଣ୍ଣ ହୋଇ ସର୍ବୋଚ୍ଚ ନମ୍ବର ରଖୁଥିବା ପ୍ରାର୍ଥୀଙ୍କୁ ଆଇଏଏସ୍‌ ତା’ ତଳକୁ ଆଇପିଏସ୍‌ ଏବଂ ସବା ଶେଷରେ ଆଏଫ୍‌ଏସ୍‌ ଚାକିରି ମିଳୁଥିଲା।

ଜୁଲାଇ ୯ ତାରିଖରେ ଏନେଇ ଏକ ଚିଠି କାର୍ମିକ ବିଭାଗ ପକ୍ଷରୁ ତିନି କ୍ୟାଡର ନିୟକନ୍ତ୍ରଣକାରୀ ଅଥରିଟିଙ୍କୁ ଜଣାଇ ଦିଆଯାଇଛି।

Leave a Reply

Your email address will not be published.