ରୀତା ତରାଇଙ୍କ ଟିକେଟ୍‌ କାଟ୍‌ ଆଶଙ୍କା, ପ୍ରାର୍ଥୀ ହୋଇପାରନ୍ତି ସର୍ମିଷ୍ଠା

ଏଥର ସାଂସଦ ରୀତା ତରାଇଙ୍କ ଟିକେଟ୍‌ କଟିପାରେ। ଯାଜପୁର ସଂରକ୍ଷିତ ଆସନ ପାଇଁ ଆଉ ତାଙ୍କ ଉପରେ ନିର୍ଭର କରି ନପାରେ ବିଜେଡି। ଏଥିଲାଗି ନୂଆ ପ୍ରାର୍ଥୀ ଚୟନ ଜୋର୍‌ଦାର ଚାଲିଛି। ଆଉ ଯାହାଙ୍କ ନାଁ ଶୁଣାଯାଉଛି ସେ ହେଲେ ସର୍ମିଷ୍ଠା ସେଠୀ।

ସର୍ମିଷ୍ଠା ଜଣେ ପ୍ରଶାସନିକ ଅଧିକାରୀ। ଅର୍ଥ ବିଭାଗର ଯୁଗ୍ମ ସଚିବ ଭାବେ କାମ କରୁଥିଲେ। ଆଉ ଜଣେ ପ୍ରଶାସନିକ ଅଧିକାରୀଙ୍କ ପତ୍ନୀ। ନିକଟରେ ସେ ଚାକିରିରୁ ଇସ୍ତଫା ଦେଇଛନ୍ତି। ଆଉ ଅବିଳମ୍ବେ ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟ ସରକାର ଗ୍ରହଣ କରି ମୁକ୍ତ ବି କରିଛନ୍ତି। ଯେହେତୁ ସେ ଜଣେ ମହିଳା ଏବଂ ଯାଜପୁର ପୂର୍ବରୁ ମହିଳାଙ୍କ ଦ୍ଵାରା ପ୍ରତିନିଧିତ୍ଵ ହେଉଛି ଏବଂ ମୁଖ୍ୟମନ୍ତ୍ରୀ ମହିଳାଙ୍କ ଲାଗି ୭ଟି ଆସନ ନିଶ୍ଚିତ କରିଛନ୍ତି, ଏଣୁ ତାଙ୍କୁ ଟିକେଟ୍‌ ମିଳିବା ନିଶ୍ଚିତ ବୋଲି ବିଜେଡି ମହଲରେ ଆଲୋଚନା ହେଉଛି।

ଆଉ ଅଳ୍ପ କିଛି ଘଣ୍ଟା ଭିତରେ କିଏ ପ୍ରାର୍ଥୀ ହେବେ ତାହା ଜଣାପଡ଼ିଯିବ। ହେଲେ ଯେଉଁ ଚର୍ଚା ଚାଲିଛି ସେଥିରେ ସର୍ମିଷ୍ଠା ଏକ ଉଲ୍‌କା ଭଳି ଖସିବା ସମ୍ଭାବନା ଯଥେଷ୍ଟ ରହିଛି। ସର୍ମିଷ୍ଠାଙ୍କ ସ୍ଵାମୀ ରବି ସେଠୀ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କ ସହିତ ବେଶ୍‌ ଭଲ ଭାବେ ସମ୍ପର୍କିତ। ଏଣୁ ବିଜେଡି ତାଙ୍କୁ ଟିକେଟ୍‌ ପ୍ରଲୋଭନ ଦେବାରୁ ସେ ଚାକିରି ଛାଡ଼ିଥିବା ଜଣାପଡ଼ୁଛି।

ରୀତା କାହିଁକି କଟିବେ

ପ୍ରଥମ କଥା ହେଲା ଲୋକପ୍ରିୟତା। ପୂର୍ବତନ ସାଂସଦ କଳ୍ପତରୁ ଦାସଙ୍କ ସୁପାରିଶ୍‌ରେ ସେ ପୂର୍ବଥର ଟିକେଟ୍‌ ପାଇଥିଲେ। ଏଥର ଆଉ ସେ ନିରାପଦ ସୁରକ୍ଷା କବଚ ଆଉ ନାହିଁ। ଅପରପକ୍ଷେ ତାଙ୍କର ସଂସଦରେ ପ୍ରଦର୍ଶନ ଶୋଚନୀୟ। ଏଣୁ ତାଙ୍କୁ ନବଦଳାଇଲେ ଏ ଆସନରୁ ବିଜେଡିର ସତ୍ତା କଟିବା ଆଶଙ୍କା ରହିଛି। ଗୁଇନ୍ଦା ରିପୋର୍ଟ ବି ଏହା ଦର୍ଶାଇଛି।

ଭୋଟ ବ୍ୟାଙ୍କ ପଲିଟିକ୍ସ ଛାଡି ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ୱନ କରାନ୍ତୁ ରାଜ୍ୟ ସରକାର: ଅପରାଜିତା

Leave a Reply

Your email address will not be published.