ଖରାଦିନେ ପାଦର ଯତ୍ନ

ଖରାଦିନେ ଅଧିକ ଝାଳ ଓ ଧୁଳି ପାଇଁ ପାଦ ଅଧିକ ସଂକ୍ରମିତ ହୋଇଥାଏ । ୱାର୍କଆଉଟ୍ କରିବା ସମୟରେ ଟାଇଟ୍ ବୁଟ୍ ପିନ୍ଧବା ଦ୍ୱାରା ପାଦରେ ଫୋଟକା ହେବା କିମ୍ବା ଲାଲ୍ ପଡ଼ିଯାଇ ଜଳାପୋଡ଼ା ହେବା ଭଳି ସମସ୍ୟା ଦେଖାଯାଏ । ଏହା ସହିତ ଅନେକ ସମୟରେ ଫୋଟକା ଆପେ ଫାଟିଯାଇ ଧୁଳି ଓ ଝାଳ ସଂସ୍ପର୍ଶରେ ଆସି ବିଭିନ୍ନ ପ୍ରକାର ତ୍ୱଚା ସଂକ୍ରମଣର କାରଣ ହୋଇଥାଏ । ତେଣୁ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖରାଦିନେ ପାଦର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ ।

ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍ସ୍-
୧- ଖରାଦିନେ ସ୍ନିକର୍ କିମ୍ବା ଅଧିକ ଟାଇଟ୍ ବୁଟ୍ ପିନ୍ଧନ୍ତୁ ନାହିଁ । ଅଫିସରେ ଥିବା ସମୟରେ କିଛି କିଛି ସମୟ ବ୍ୟବଧାନରେ ବୁଟ୍କୁ ଖୋଲି ଖାଲିପାଦ ରଖନ୍ତୁ ।
୨- ବାହାରକୁ ବୁଲିବା ପାଇଁ ଯାଉଥିଲେ, ଫ୍ଲାଟ୍ ଚପଲର ବ୍ୟବହାର କରନ୍ତୁ । ଆଜିକାଲି ଫ୍ଲାଟ୍ ଚପଲର ଅନେକ ସୁନ୍ଦର ଭେରାଇଟି ମାର୍କେଟ୍ରେ ଉପଲବ୍ଧ ।
୩- ଅଧିକ ପୁରୁଣା ଚପଲ ବ୍ୟବହାର କରନ୍ତୁ ନାହିଁ । କାରଣ ଏଥିରେ ଥିବା ବ୍ୟାକ୍ଟେରିଆ ଦ୍ୱାରା ତ୍ୱଚା ଅଧିକ ସଂକ୍ରମିତ ହୋଇଥାଏ ।
୪- ଖରାଦିନେ ଅନ୍ୟ କାହାର ସ୍ଲିପର୍ କିମ୍ବା ଅନ୍ୟ ଯେ କୌଣସି ପ୍ରକାର ଜୋତା ବ୍ୟବହାରରୁ ଦୂରେଇ ରୁହନ୍ତୁ ।
୫- ଜୋତା ଦ୍ୱାରା ପାଦ ଲାଲ୍ ପଡ଼ିଯାଇ କୁଣ୍ଡେଇ ହେଉଥିଲେ, ସାଙ୍ଗେ ସାଙ୍ଗେ ପାଦକୁ ସଫା କରି ଏଲୋବେରା ଜେଲ୍ ଲଗାଇ ଦିଅନ୍ତୁ । ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ଯୋଗୁଁ ଏହା ତ୍ୱଚା ସଂକ୍ରମଣକୁ ରୋକିଥାଏ ।
୬- ପାଦ ଫୋଟକା ସମସ୍ୟା ଦୂର କରିବାରେ ଗ୍ରୀନ୍ ଟି ଖୁବ୍ ସହାୟକ । ଗରମ ପାଣିରେ ଗ୍ରୀନ୍-ଟି ବ୍ୟାଗକୁ ୫ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ । ଥଣ୍ଡା ହେବା ପରେ ଗ୍ରୀନ୍-ଟି ବ୍ୟାଗକୁ ନେଇ କିଛି ସମୟ ଫୋଟକା ଉପରେ ରଖି ହାଲ୍କା ଦବାନ୍ତୁ । ଦିନରେ ୩-୪ଥର ଏଭଳି କରନ୍ତୁ ।

Leave a Reply

Your email address will not be published.