ପାଦ ଗଣ୍ଠି ସମସ୍ୟା ପାଇଁ ସରଳ ଟିପ୍ସ୍

ଶାସ୍ତ୍ର ପୁରାଣ ଅନୁସାରେ ସୁନ୍ଦର ପାଦ ଲକ୍ଷ୍ମୀପାଦ ବୋଲି କୁହାଯାଏ । ପାଦରେ ଅନେକ ଶୁଭ ଲକ୍ଷଣ ଥାଏ । ପାଦକୁ ସୁନ୍ଦର କରି ରଖିବା ପାଇଁ ଝିଅମାନେ କେତେ କ’ଣ କରିଥାନ୍ତି । ଅନେକ ସମୟରେ ପାଦରେ ଗଣ୍ଠି ହୋଇଯାଏ, ଯାହାକି ପାଦର ସୁନ୍ଦରତାକୁ ନଷ୍ଠ କରେ । ତେଣୁ ଏଥିରୁ ମୁକ୍ତି ପାଇବାକୁ ହେଲେ କିଛି ସହଜ ଟିପ୍ସ୍ ଆପଣାଇ ଦେଖନ୍ତୁ । –


୧- ଗାଧୋଇ ସାରିବା ପରେ ସଙ୍ଗେ ସଙ୍ଗେ ପାଦକୁ ହାଲକା ପୋଛି ଗଣ୍ଠି ହୋଇଥିବା ସ୍ଥାନରେ ମଇଶ୍ଚରାଇଜର୍ କ୍ରୀମ୍ ଲଗାନ୍ତୁ । ଦିନରେ ୨-୩ ଥର ପାଦକୁ ଧୋଇ କ୍ରୀମ୍ ଲଗାଇବା ଦ୍ୱାରା ଖୁବ୍ ଶୀଘ୍ର ଗଣ୍ଠି ସମସ୍ୟାରୁ ମୁକ୍ତି ମିଳିଥାଏ ।


୨- ସବୁବେଳେ ଚକାମାଡ଼ି ବସିବା ଦ୍ୱାରା ପାଦରେ ରକ୍ତ ସଞ୍ଚାଳନ ଠିକ୍ ହୋଇପାରେ ନାହିଁ । ତେଣୁ ରକ୍ତ ଜମାଟ ବାନ୍ଧିବା ଦ୍ୱାରା ଗଣ୍ଠି ସମସ୍ୟା ଦେଖାଦିଏ । ତେଣୁ ପ୍ରତିଦିନ କିଛି ସମୟ ପାଦକୁ ମସାଜ୍ କରନ୍ତୁ ।


୩- ଶରୀରରେ ପ୍ରୋଟିନ୍ ଓ ଭିଟାମିନ୍ର ଅଭାବ ହେଲେ ମଧ୍ୟ ଗଣ୍ଠି ସମସ୍ୟା ହୋଇଥାଏ । ତେଣୁ ପ୍ରତିଦିନ ନିଜ ରୁଟିନ୍ ଡାଏଟରେ ବିଭିନ୍ନ ପୋଷକତତ୍ୱ ଗୁଣଯୁକ୍ତ ଖାଦ୍ୟ ସାମିଲ୍ କରନ୍ତୁ ।

Leave a Reply

Your email address will not be published. Required fields are marked *