‘ମୋ ସରକାର’ରେ ନୂଆ ବିଭାଗ

ଭୁବନେଶ୍ୱର (ଓଟି): ମୋ ସରକାରରେ ପୁଣି ଏକ ବିଭାଗ ସାମିଲ ହୋଇଯାଇଛି। ଆଜି ସାମିଲ୍‌ କରାଯାଇଥିବା ଉକ୍ତ ବିଭାଗ ହେଉଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଭାଗକୁ ମୋ ସରକାରରେ ଅନ୍ତର୍ଭୁକ୍ତ କରାଯାଇଛି। ବୃତ୍ତିଗତ ସେବାରେ ପରିବର୍ତ୍ତନ ଆଣିବା ପାଇଁ ଏହା ବେଶ୍ ସହାୟକ ହେବ ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିବାବେଳେ ଏନେଇ ବିଭିନ୍ନ ସ୍ତରରେ ହେଲ୍ପ ଡେସ୍କ ଖୋଲାଯାଇଛି। ଅନ୍ୟପକ୍ଷରେ ସେବାର ଗୁଣବତ୍ତା ସମ୍ପର୍କରେ ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଛନ୍ତି।

ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଫାଇଭ୍ ଟି ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *