ବାଇଶିରୁ ପୁଣି ବର୍ଷିବ!

ଭୁବନେଶ୍ଵର(ଓଟି): ଟିକେ ଖରା ଟିକେ ଛାଇ ଭଳି ପ୍ରକୃତିର ଖେଳ ବଡ଼ ବଚିତ୍ର। ଚଳିତବର୍ଷ ପାଣିପାଗରେ କ୍ରମାଗତ ପରିବର୍ତ୍ତନ ଯୋଗୁ ସାଧାରଣରେ ଏଭଳି ଚର୍ଚା ଲାଗି ରହିଛି। ବର୍ଷାକୁ ଶୀତ… ପୁଣି କୁହୁଡ଼ି କାକର ମଧ୍ୟରେ ହାଡ଼ଭଙ୍ଗା ଜାଡ଼। ସେ ଭିତରେ ପୁଣି ଝିପିରି ଝିପିରି ଲଗାଣ ବର୍ଷା। ଏଥିରେ ସାଧାରଣ ଜୀବନ ଯାପନ ବଡ଼ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ବ୍ୟାପକ କ୍ଷୟକ୍ଷତି ମଧ୍ୟ ହେବାରେ ଲାଗିଛି। ଏଭଳି ସ୍ଥିତିରେ ପୁଣି ବର୍ଷିବ ବୋଲି ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୨୨ରୁ ପୁଣି ବର୍ଷା ହେବ। ଏଥିରେ ରାଜ୍ୟର ୫ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।

ସମ୍ପ୍ରତ ଘନ କୁହୁଡ଼ି ଲାଗିରହିଥିବା ବେଳେ ଶୀତର ପ୍ରକୋପ କମିଯାଇଛି। କିନ୍ତୁ ରାତିରେ ଗାଡ଼ିମୋଟର ଯାତାୟାତରେ ଘୋର ବାଧା ସୃଷ୍ଟି ହେଉଛି। କୁହୁଡ଼ି ଯୋଗୁ ଅନେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଛି। ଆହୁରି ଏଭଳି ସପ୍ତାହେ ପର୍ଯ୍ୟନ୍ତ ପରିବେଶ ରହିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ୨୨ ଓ ୨୩ ଅନୁଗୁଳ, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *