#CoronaUpdate: ରାଷ୍ଟ୍ରାୟତ ବ୍ୟାଙ୍କ୍‌ ମୁଖ୍ୟଙ୍କ ସହ ଆଲୋଚନା କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ -୩ ସମୟସମୀା ଶେଷ ହେବାକୁ ଆଉ ଏକ ସପ୍ତାହ ବାକି ରହିଲା। ଆଗକୁ ଅର୍ଥନୀତିକ ବ୍ୟାପାରକୁ କିପରି ମୁଖ୍ୟ ସ୍ରୋତକୁ ଅଣାଯାଇପାରିବ ସେ ନେଇ ସରକାର ବିଶେଷ ଚିନ୍ତିତ ରହିଛନ୍ତି। ଗତକାଲି ମୁଖ୍ୟ ସଚିବଙ୍କ ସହ କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କ ଆଲୋଚନା ପରେ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଠିକ୍‌ ସେହିପରି ଅର୍ଥନୀତିକ ସ୍ତରେ ଆବଶ୍ୟକ ନିଷ୍ପତ୍ତି ନେବା ଲାଗି ଅଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଷ୍ଟ୍ରାୟତ ବ୍ୟାଙ୍କ୍‌ମାନଙ୍କ ସିଇଓଙ୍କୁ ଭେଟିବାକୁ ଯାଉଛନ୍ତି। ବ୍ୟବସାୟୀ, ଶିଳ୍ପାନୁଷ୍ଠାନ, ସାଧାରଣ ଚାକିରିଆଙ୍କୁ ଋଣ ପ୍ରଦାନ ମାଧ୍ୟମରେ ବଜାରରେ ଅର୍ଥନୀତିକ ବ୍ୟାପାରକୁ ପ୍ରୋତ୍ସାହନ ଦେବା ନେଇ ଏଠାରେ ଆଲୋଚନା ହୋଇପାରେ।

ଭିଡିଓ କନ୍‌ଫରନ୍ସେିଂ ମାଧ୍ୟମରେ ଏହି ଆଲୋଚନା ହେବ। କୋଭିଡ୍‌ ଲକ୍‌ଡାଉନ୍‌ ସ୍ଥିତିରେ ଷଘାଷଣା କରାଯାଇଥିବା ମୋରାଟୋରିୟମ୍‌ ବାବଦରେ ଆଲୋଚନା ହେବ। ସୂଚନା ଅନୁସାରେ ରିଜର୍ଭ ବ୍ୟାଙ୍କ୍‌ ମୋରାଟୋରିୟମ୍‌କୁ ଆଉ ୩ ମାସ ଅଭିବୃଦ୍ଧି ପାଇଁ ଚିନ୍ତା କରୁଛନ୍ତି।

ମାର୍ଚ ୨୭ ତାରିଖରେ ରିଜର୍ଭ ବ୍ୟାଙ୍କ ସୁଧହାରକୁ ୭୫ ବେସିସ୍‌ ପଏଣ୍ଟ କମାଇଥିଲେ। ଏହା ସହ ତିନିମାସ ଲାଗି ଗ୍ରାହକଙ୍କ ଋଣ ଉପରେ ମୋରାଟୋରିୟମ୍‌ ଘୋଷଣା କରିଥିଲେ।

 

 

Leave a Reply

Your email address will not be published.