ଶନିବାର ଅପରାହ୍ଣ ଯାଏ କୋଲକାତାରୁ ସବୁ ବିମାନ ବାତିଲ

ଭୁବନେଶ୍ଵରରୁ ସମସ୍ତ ବିମାନକୁ ଆଜି ରାତି ୧୨ଟା ଯାଏ ବାତିଲ କରିବା ପରେ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ କୋଲକତା ବିମାନବନ୍ଦରରୁ ସମସ୍ତ ବିମାନ ଚଳାଚଳ ବାତିଲ୍‌ କରିଛନ୍ତି। ଅତିଶୟ ବର୍ଷା ଓ ସାମୁଦ୍ରିକ ଝଡ଼ ‘ଫୋନୀ’ର ପ୍ରଭାବକୁ ଆଶଙ୍କା କରି ଶୁକ୍ରବାର ସକାଳ ସାଢ଼େ ୯ଟାରୁ କୋଲକତା ବିମାନବନ୍ଦରରୁ କୌଣସି ବିମାନ ଉଡ଼ାଣ ନେବ ନାହିଁ। ଏହି ପରିସ୍ଥିତି ଆସନ୍ତା କାଲ ( ଶନିବାର) ଅପରାହ୍ଣ ସାଢ଼େ ଚାରିଟା ଯାଏ ବଳବତ୍ତର ରହିବ।

ଯାତ୍ରୀଙ୍କ ସୁରକ୍ଷା ଏବଂ ବିମାନଚଳାଚଳ କମ୍ପାନୀଙ୍କ କ୍ଷୟକ୍ଷତିକୁ ଏଡ଼ାଇବା ଲାଗି ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଭୁବନେଶ୍ଵରରୁ ସମସ୍ତ ବିମାନ ଚଳାଚଳ ବାତିଲ୍‌ କରାଯାଇଥିଲା। ଏହାସହ ଭୁବନେଶ୍ଵର, ପୁରୀ ଆସୁଥିବା ବା ଏଠାକୁ ସଂଯୋଗ କରୁଥିବା ଟ୍ରେନ୍‌ଗୁଡ଼ିକୁ ବାତିଲ୍‌ କରାଯାଇଛି। ପୂର୍ବତଟ ରେଳପଥ ସୂଚନା ଅନୁସାରେ ୧୫୭ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି।

Leave a Reply

Your email address will not be published.