ଶ୍ରମିକଙ୍କ ଆସିବା ଉପରେ ଲଗାମ ଲଗାଇଲେ ହାଇକୋର୍ଟ; ପ୍ରଥମେ ପରୀକ୍ଷଣ ତା’ପରେ ପ୍ରବେଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟକୁ ଏଣିକି ପ୍ରବାସୀ ଶ୍ରମିକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। କୌଣସି ରାଜନୀତିକ ଉଦ୍ଦେଶ୍ୟ ନୁହେଁ ବରଂ ରାଜ୍ୟବାସୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ସେମାନଙ୍କୁ ଅଣାଯିବା ଉପରେ ଗୁରୁତ୍ଵ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏକ ଜନସ୍ଵାର୍ଥ ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି, ଯେଉଁ ଶ୍ରମିକ ଓଡ଼ିଶା ଫେରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ନମୁନା ସଂଗ୍ରହ କରି ପ୍ରଥମେ ସରକାର ପରୀକ୍ଷା କରନ୍ତୁ। ଯଦି ରିପୋଟ; ନେଗେଟିଭ୍‌ ତେେ ବତାଙ୍କୁ ସେଠାରୁ ଓଡ଼ିଶା ପାଇଁ ଗାଡ଼ି ଚଢ଼ିବାକୁ ଦିଆଯାଉ ନହେଲେ ଯିଏ ଯେଉଁଠି ରହିଛଇ ସେଠାରେ ତାଙ୍କ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ପୁଣି ଏହି ପରୀକ୍ଷା ସାଧାରଣ ସ୍କ୍ରିନିଂ ନୁହେଁ କରୋନା ପରୀକ୍ଷଣର ଗୋଲ୍ଡ ଷ୍ଟାଣ୍ଡାର୍ଡ କୁହାଯାଉଥିବା ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ରାଜ୍ୟରେ ଯେଉଁପରି ଭାବେ ଫେରନ୍ତା ଶ୍ରମିକଙ୍କୁ କେନ୍ଦ୍ରକରି ଉଦ୍‌ବେଗ ପ୍ରକାଶ ପାଇଛି ତାହାକୁ ବିଚାରକୁ ନେଇ ଆଇନଜୀବୀ ନାରାୟଣଚନ୍ଦ୍ର ଜେନା ଏକ ଜନସ୍ଵାର୍ଥ ମାମଲା ଦାୟର କରିଥିଲେ। ଏହାକୁଚ ବିଚାର କରି ହାଇକୋର୍ଟ ଆବଶ୍ୟକ ନି ର୍ଦେଶ ଦେଇଛନ୍ତିି।

ଏବେ ରାଜ୍ୟ ସରକାର ବିଭିନ୍ନ ରାଜ୍ୟରେ ଥିବା ଶ୍ରମିକଙ୍କୁ ଆଣିବା ଲାଗି ପ୍ରାୟ ୭୦୦ ବସ୍‌ ଏବଂ ସ୍ଵତନ୍ତ୍ର ଶ୍ରମିକ ଟ୍ରେନ୍‌ ବ୍ୟବସ୍ଥା କରିଛନ୍ତି। ମେ’ ୧୨ ତାରିଖକୁ ଏହି କାରବାର ଚାଲିଛି। ଶ୍ରମିକଙ୍କୁ ଆଣି ରାଜ୍ୟର ବିଭିନ୍ନ କ୍ଵାରେଣ୍ଟୀନ୍‌ ହୋମ୍‌ରେ ରଖିବା ବ୍ୟବସ୍ଥା ଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏହାର ଉଲ୍ଲଙ୍ଘନ ହେଉଥିବା ଜଣାପଡ଼ିଛି।

Leave a Reply

Your email address will not be published.