#IndiaFightsWithCorona: ୧୫ ଦିନରେ ପ୍ରସ୍ତୁତ ହେଲା ମୋବାଇଲ ଲ୍ୟାବ୍

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସରକାର କ୍ରମାଗତ ଭାବେ ପଦକ୍ଷେପ ନେଉଛନ୍ତି। ଏହିକ୍ରମରେ   ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମୋବାଇଲ ଵାୟରୋଲୋଜି ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋସ୍ଟିକ ଲ୍ୟାବ୍‌ ଉଦ୍‌ଘାଟନ କରିଛନ୍ତି। ଡିଆରଡିଓ ଦ୍ୱାରା ନିର୍ମିତ ଏହା ହେଉଛି ଦେଶର ପ୍ରଥମ ମୋବାଇଲ୍‌ ଲ୍ୟାବ୍‌। ଏଥିରେ ଦିନକୁ ହଜାରେରୁ ଅଧିକ ସଂଖ୍ୟକ ସାମ୍ପଲ ସ୍କ୍ରିନିଂ କରାଯାଇପାରିବ।

ଅନ୍ୟପକ୍ଷରେ ମହାମାରୀ ପ୍ରକୋପରୁ ବର୍ତ୍ତିବା ପାଇଁ ଦେଶ ଲକଡାଉନରେ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଖବର ଅନୁଯାୟୀ, ଭାରତରେ   କରୋନା ସଂକ୍ରାମିତଙ୍କ ସଂଖ୍ୟା ୨୩ ହଜାରରୁ ଅଧିକ ହୋଇଗଲାଣି। ତେବେ ୪ ହଜାର ୨ ଶହରୁ ଅଧିକ ସୁସ୍ଥ ହୋଇସାରିଛନ୍ତି। ୭୧୮ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନେକ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟପକ୍ଷରେ ପୁଡୁଚେରୀ ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଲୋକଙ୍କ ନମୁନା ଯାଞ୍ଚ କରାଯାଇଛି। ପୁଡୁଚେରୀ ପ୍ରଥମ ରାଜ୍ୟ ଯେଉଁଠାରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତାଙ୍କ କରୋନା ଯାଞ୍ଚ କରାଯାଇଛି। ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱମୀ, ବିଧାନସଭା ଅଧ୍ୟକ୍ଷ ଭିପି ଶିବକୋଲୁଣ୍ଡୁଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକଙ୍କ କରୋନା ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *