+୩ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶିତ
ଭୁବନେଶ୍ଵର, (ଓଟି): ରାଜ୍ୟର ଯୁକ୍ତ ତିନି କଲେଜ୍ଗୁଡ଼ିକରେ ନାମ ଲେଖାଇବା ଲାଗି ପ୍ରଥମ ମେରିଟ୍ ତାଲିକା ପ୍ରକାଶ ପାଇଛି। ସାମ୍ସ ଓଡ଼ିଶା ଓ୍ବେବ୍ସାଇଟ୍ରେ ଏହା ଉପଲବ୍ଧ ରହିଛି। ଆଶାୟୀ ପ୍ରାର୍ଥୀ www.samsodisha.gov.in ଲିଙ୍କ୍କୁ କ୍ଲିକ୍ କରି ସେମାନଙ୍କ କଲେଜ୍ ନାମ ଦାଖଲ କରି ଏହି ତାଲିକା ଜାଣିପାରିବେ। ଯେଉଁମାନଙ୍କ ନା ଯେଉ: କଲେଜରେ ପ୍ରକାଶ ପାଇଛି ସେହି ତାଲିକାର ଏକ ସ୍କ୍ରିନ୍ ଶଟ୍ ବା ପ୍ରିଣ୍ଟ ବାହାର କରି ସେହି ଅନୁସାରେ ଆଡ୍ମିଶନ କରିବେ। ୨୧ ତାରିଖ ସୁଦ୍ଧା ସେମାନଙ୍କୁ ନାମ ଲେଖାଇବାକୁ ଅଛି। ନହେଲେ ପ୍ରାର୍ଥୀତ୍ଵ ବିଚାର କରାଯିବ ନାହିଁ।