ପ୍ରଥମ ବଜେଟ୍ ପୂର୍ଣ୍ଣାଙ୍ଗ ନଥିଲା
ଦେଶବାସୀ ବଜେଟ୍କୁ ନେଇ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। କାରଣ ବଜେଟରେ ସେମାନଙ୍କ ପାଇଁ କ’ଣ ରହିଛି ତାହା ଜାଣିବାକୁ ସେମାନେ ଚାହିଁଥାନ୍ତି। ଆମ ଦେଶ ସ୍ୱାଧିନ ହେବା ପରେ ପ୍ରଥମେ ଯେଉଁ ବଜେଟ୍ ଆଗତ ହୋଇଥିଲା ତାହା ପୂର୍ଣ୍ଣ ବଜେଟ୍ ନ ହୋଇ କାମଚଳା ବଜେଟ୍ ଥିଲା। ଦେଶର ଅର୍ଥ ବ୍ୟବସ୍ଥାକୁ ସମୀକ୍ଷା କରାଯାଉଥିବା କାରଣରୁ ପୂର୍ଣ୍ଣ ବଜେଟ୍ ଆଗତ ହୋଇପାରନଥିଲା। ପ୍ରଥମ କାମଚଳା ବଜେଟରେ କୌଣସି କର ବ୍ୟବସ୍ଥା ନ ଥିଲା। ଏହି ବଜେଟର ବୟସ ମାତ୍ର ୯୫ ଦିନ ଥିଲା। କାମଚଳା ବଜେଟ୍ ପାଶ ହେବାର ୯୫ ଦିନ ପରେ ୧୯୪୮-୪୯ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଆଗତ କରାଯାଇଥିଲା।

ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ସଂସଦରେ ଆଗତ କରିଥିଲେ। କାରଣ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଆର.କେ. ସନମୁଖନ ଚେଟ୍ଟି ପ୍ରଧାନମନ୍ତ୍ରୀଙ୍କ ସହିତ ବିବାଦ କରି ଇସ୍ତଫା ଦେବା କାରଣରୁ ନେହେରୁ ବଜେଟ୍ ଆଗତ କରିଥିଲେ। ପ୍ରଥମ ଅର୍ଥମନ୍ତ୍ରୀ ଆର.କେ. ସନମୁଖନ ଚେଟ୍ଟିଙ୍କ ଇସ୍ତଫା ପରେ କେ.ସି. ନିୟୋଗୀ ମାତ୍ର ୩୫ ଦିନ ପାଇଁ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଥିଲେ।