କନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା଼,(ଓଟି) :କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନ୍ୟୁଟ୍ରିସନାଲ ଥଇଥାନ କେନ୍ଦ୍ରରେ ଶୁକ୍ରବାର ମଧ୍ୟାହ୍ଣରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଘଟିବା ଫଳରେ ନ୍ୟୁଟ୍ରିସନାଲ ଥଇଥାନ କେନ୍ଦ୍ରର କଲିଂ ବେଲ ପୋଡ଼ି ଯାଇଛି । କିନ୍ତୁ କୌଣସି କ୍ଷୟକ୍ଷତି ହୋଇନାହିଁ । ନ୍ୟୁଟ୍ରିସନାଲ ଥଇଥାନ କେନ୍ଦ୍ରରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିବା ସେଠାରେ କାର୍ଯ୍ୟରତ ଜଣେ ସେବିକା ଜାଣିବା ପରେ ଡାକ୍ତରଖାନା କର୍ତୃପକ୍ଷଙ୍କୁ ଖବର ଦେଇଥିଲେ ଓ ତୁରନ୍ତ ସେଠାରେ ସିକ୍ୟୁରିଟି ଗାର୍ଡ଼ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ନ୍ୟୁଟ୍ରିସନାଲ ଥଇଥାନ କେନ୍ଦ୍ରରେ ଲାଗିଥିବା ବିଦ୍ୟୁତ ତାର ଗୁଡ଼ିକ ପୁରୁଣା ହୋଇଯାଇଥିବା ଯୋଗୁ ସର୍ଟ ସର୍କିଟ ହୋଇ ନିଆଁଳାଗିଯାଇଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *