ରିଲାଏନ୍ସର ଭାୟାକମ୍‌୧୮ ବିରୋଧରେ ଏତଲା

ମୁକେଶ ଅମ୍ବାନୀଙ୍କ ନେଟ୍‌ବୱର୍କ-୧୮ର ଗୁରୁତ୍ଵପୂଣ୍ଣ ଅଙ୍ଗ ଭାୟାକମ୍‌ ୧୮ ବିରୋଧରେ ମାମାଲା ରୁଜୁ ହୋଇଛି। କପିରାଇଟ୍‌ ଉଲ୍ଲଙ୍ଘନ ଅଭିଯୋଗରେ ଏହି ଏତଲା ଦାୟର ହୋଇଛି। ଅଭିଯୋଗ ପ୍ରାପ୍ତି ପରେ ଆବଶ୍ୟ ଯାଞ୍ଚ ଶେଷ ହେବା ପରେ କମ୍ପାନୀର ପରିଚାଳନା ନିର୍ଦେଶକ, ଉପ ସଭାପତିଙ୍କ ବିରୋଧରେ ଏତଲା ତାୟର କରିଛନ୍ତି ଫିଲ୍ମ ପ୍ରଯୋଜକ ଶତୀଶ ଟଣ୍ଡନ।

ଶତୀଶ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଭାୟାକମ୍‌ ୧୮ ଦ୍ଵାରା ପରିଚାଳିତ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ‘ଭୁତ୍‌.କମ୍‌’ ଅନେକ ବର୍ଷ ହେଲା ଅଧିକାର ନଥିବା ଫିଲ୍ମକୁ ପ୍ରଦର୍ଶନ କରୁଛନ୍ତି। ଏଥିଲାଗି ନା ପ୍ରଯୋଜକଙ୍କ ସହ ଯୋଗାଯୋଗ କରାଯାଉଛି ନା ପ୍ରଯୋଜନା ସଂସ୍ଥାକୁ କୌଣସି ରୟାଲିଟି ମିଳୁଛି ବୋଲି ସେ କହିଛନ୍ତି। ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ‘ଜଙ୍ଗ୍‌’ ସହ ଅନେକ ଫିଲ୍ମକୁ ଏହିପରି ମାଗଣା ପ୍ରଦର୍ଶନ କରାଯାଉଛି।

ଭାୟାକମ୍‌କୁ ଏ କ୍ଷେତ୍ରରେ ସିମାରୁ କମ୍ପାନୀ ସହଯୋଗ କରୁଥିବା ସେ କହିଛନ୍ତି। ଏହି କମ୍ପାନୀ ହାତରେ ଅନେକ ଫିଲ୍ମର ନେଗେଟିଭ୍‌ ରାଇଟ୍ସ୍‌ ରହିଛି। କୌଶଳ କ୍ରମରୀ କମ୍ପନୀ ଏହିଭଳି ପଦକ୍ଷେପ ନେଇ ଅର୍ଥ କମାଉଛି ବୋଲି ସେ କହିଛନ୍ତି।

ସୌ: ଟାଇମ୍‌ସ ଅଫ ଇଣ୍ଡିଆ

Leave a Reply

Your email address will not be published. Required fields are marked *