୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା


ଭୁବନେଶ୍ୱର,(ଓଟି): ମୁଖ୍ୟନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଜାନୁଆରୀ ୨୧ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଏହା ସହିତ ଅନେକ ଗୁଡିଏ ସୂଚନା ବି ଦେଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ରାଜ୍ୟରେ ବ୍ୟବହାର ହେବ ଭିଭିପାଟ୍ ମେସିନ୍

ଭୋଟର ତାଲିକାରେ କିଛିଟା ସଂଶୋଧନ କରାଯାଉଛି। ଭିନ୍ନକ୍ଷମ ଭୋଟରମାନଙ୍କ ନାମ ଭୋଟର ତାଲିକାରେ ଯୋଗ ନିମନ୍ତେ ବହୁଳ ମାତ୍ରାରେ ପ୍ରଚାର ଓ ପ୍ରସାର କରାଯାଉଛି। ଇଭିଏମ ଓ ଭିଭିପାଟ୍ ବ୍ୟବସ୍ଥା ଉପରେ ମଧ୍ୟ ପ୍ରସ୍ତୁତି ଚାଲିଛି। ମୋଟ ୧୨ଲକ୍ଷ ଭୋଟର ସାମିଲ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୫ଲକ୍ଷ ନୂଆ ଭୋଟର ଅଛନ୍ତି।

ବାଦ ପଡ଼ିଥିବା ଭୋଟର ପୁଣିଥରେ ଆବେଦନ କରିପାରିବେ। ଇଭିଏମ ଓ ଭିଭିପାଟ୍ ବ୍ୟବହାର ନେଇ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ପ୍ରସ୍ତୁତି କରାଯାଇଛି। ପ୍ରତି ନିର୍ବାଚନ ମଣ୍ଡଳୀରେ ମାସେ ପର୍ଯ୍ୟନ୍ତ ୭ଟି ଭ୍ୟାନ ବୁଲିବ। ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଲାଗି  ପ୍ରତ୍ୟେକ ନିର୍ବାଚନ ଅଧିକାରୀଙ୍କୁ ସଚେତନ କରିବା ଲାଗି ପ୍ରସ୍ତୁତି କରାଯାଇଛି। ୫୮ ଜଣ ରାଜ୍ୟସ୍ତରୀୟ ପ୍ରଶିକ୍ଷକ ମାନଙ୍କୁ ନିର୍ବାଚନ ଆୟୋଗ ନୂଆଦିଲ୍ଲୀରେ ପ୍ରଶିକ୍ଷଣ ଦେଇଛନ୍ତି। ସେହିପରି ଜିଲ୍ଲା ସ୍ତରରେ ୧୧୩୬ଜଣ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *