ମୁନ୍ନାଭାଇଙ୍କ ପ୍ରଡକସନ୍ ହାଉସର ପ୍ରଥମ ମରାଠୀ ଫିଲ୍ମ ‘ବାବା’ର ଫାଷ୍ଟଲୁକ୍ ରିଲିଜ୍
ମୁନ୍ନାଭାଇ ଓରଫ୍ ସଞ୍ଜୟ ଦତ୍ତ ବଲିଉଡ୍ ପରେ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରୀ କରିଛନ୍ତି । ସଞ୍ଜୟଙ୍କ ପ୍ରଡକସନ୍ ହାଉସର ପ୍ରଥମ ଫିଲ୍ମ ‘ବାବା’ର ଫାଷ୍ଟଲୁକ୍ ରିଲିଜ୍ ହୋଇଛି । ଏହି ଫିଲ୍ମକୁ ସଞ୍ଜୁବାବା ତାଙ୍କ ବାପା ସୁନିଲ୍ ଦତ୍ତଙ୍କ ପାଇଁ ଡେଡିକେଟ୍ କରିଛନ୍ତି । ଫିଲ୍ମର ପୋଷ୍ଟରକୁ ସୋସିଆଲ୍ ମିଡିଆରେ ସେୟାର୍ କରିବା ସହ ସେ କ୍ୟାପସନ୍ ଲେଖିଛନ୍ତି – ‘ମୋତେ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିବା ବ୍ୟକ୍ତିଙ୍କୁ ଏହି ଫିଲ୍ମ ମୁଁ ଡେଡିକେଟ୍ କରୁଛି’ । ପୋଷ୍ଟରରେ ଏକ ଛୋଟ ପିଲା ନିଜ ବାପାର ସାଇକେଲ୍ ପଛରେ ବସି ଯାଉଥିବାର ଦେଖିବାକୁ ମିଳିଛି । ଆସନ୍ତା ଅଗଷ୍ଟ ୨ ତାରିଖରେ ‘ବାବା’ ରିଲିଜ୍ ହେବ ।
ରାଜ ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୀପକ ଡୋବରିୟାଲ, ନନ୍ଦିତା ଧୁରି, ଅଭିଜିତ୍ ଖାଣ୍ଡେକର୍, ସ୍ପୃହା ଯୋଶୀ, ଚିତରଂଜନ ଗିରି ମୁଖ୍ୟ ଭୂମିକାରେ ଅଛନ୍ତି । ମନୀଷ୍ ସିଂ ଏହାର କାହାଣୀ ରଚନା କରିଛନ୍ତି । ଅଭିନୟ ଭଳି ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସଞ୍ଜୟ ନିଶ୍ଚୟ ସଫଳତା ଲାଭ କରିବେ ବୋଲି ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି । ତେଣୁ ଏହି ଫିଲ୍ମର ସଫଳତା ପାଇଁ ସଞ୍ଜୁବାବାଙ୍କ ଅଗଣିତ ପ୍ରଶଂସକଙ୍କ ପକ୍ଷରୁ ଶୁଭକାମନାର ସୁଅ ଛୁଟିଛି ।